ଭୁବନେଶ୍ୱର: ବିନା ଟିକେଟ୍ରେ ଟ୍ରେନ ଯାତ୍ରା କରୁଥିବା ଜିଆରପି ଅଧିକାରୀଙ୍କୁ ଧରିବାରୁ ଜଣେ ଟିଟିଇ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଘଟଣାର ଯାଞ୍ଚ ପରେ ଜିଆରପି ପୁଲିସ ରାଜେନ୍ଦ୍ର କୁମାର ମୁଣ୍ଡାଙ୍କୁ ଓଡ଼ିଶା ସର୍ଭିସ କୋଡ଼ ଅଧିନିୟମ ୯୦ ଅନୁଯାୟୀ ଚାକିରିରୁ ନିଲମ୍ବନ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଜିଆରପିଏସ୍ ବ୍ରହ୍ମପୁର ଆଇଆଇସି ରାଜେନ୍ଦ୍ର କୁମାର ମୁଣ୍ଡା ବିନା ଟିକେଟରେ ଟ୍ରେନ ନମ୍ବର ୨୨୬୦୫ ପୁରଲିଆ-ଭିଲୁପୁରମରେ ଏପ୍ରିଲ ୧୬ରେ ଯାତ୍ରା କରୁଥିଲେ। ଟିଟିଇ ଟିକେଟ ଯାଞ୍ଚ କରୁଥିବା ବେଳେ ରାଜେନ୍ଦ୍ର ବିନା ଟିକେଟରେ ଯାତ୍ରା କରୁଥିବା ଜଣାପଡ଼ିଥିଲା। ଏହି ସମୟରେ ଅନ୍ୟ ଜିଆରପିମାନେ ଟିଟିଇଙ୍କୁ ଆକ୍ରମଣ କରିଥିଲେ।