ମୁମ୍ବାଇ: ଶନିବାର ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲାର ଅଭିଯୁକ୍ତ ଅଭିନେତା ଶିଜାନ ଖାନଙ୍କ ନ୍ୟାୟିକ ହେପାଜତ ଅବଧି ବଢ଼ିଥିଲା। ୧୪ଦିନ ପାଇଁ  ତାଙ୍କୁ ନ୍ୟାୟିକ ହେପାଜତର ପଠାଯାଇଥିବା ବେଳେ ଘର ଖାଦ୍ୟ ଓ ଔଷଧ ଦେବାକୁ ମିଳିଲା ଅନୁମତି ଦେଇଥିଲେ ମୁମ୍ବାଇ କୋର୍ଟ। ଶିଜାନଙ୍କ ହେପାଜତ ଅବଧି ବଢ଼ିବା ସହ ମାମଲାଟି କେଉଁ ମୋଡ ନେବ ଏହା ଉପରେ ସମସ୍ତଙ୍କ ନଜର ଥିବା ବେଳେ ଶିଜାନଙ୍କ ଓକିଲ ବଡ଼ ଖୁଲାସା କରିଛନ୍ତି।

Advertisment

ସେ ଜାତୀୟ ଗଣମାଧ୍ୟମ ଆଜ୍ ତକକୁ କହିଛନ୍ତି ଯେ, ପୁଲିସ ପାଖରେ ଶିଜାନଙ୍କୁ ଗିରଫ କରିବା ପାଇଁ କୌଣସି ଠୋସ୍ ପ୍ରମାଣ ନାହିଁ। ସେମାନେ ଗଣମାଧ୍ୟମ ଚାପରେ ଶିଜାନ ମହମ୍ମଦ ଖାନଙ୍କୁ ଗିରଫ କରିଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାର ଯେଉଁ ତଥ୍ୟଗୁଡିକ ରହିଛି ତାକୁ ନେଇ କାହା ବିରୋଧରେ କେସ୍ କରାଯାଇପାରିବ ନାହିଁ। ଏସବୁ ହେଉଛି ତୁନିଶାଙ୍କ ମାମୁଁ ପବନ ଶର୍ମାଙ୍କ ପାଇଁ। ସେ ଜାଣିଶୁଣି ଏହି ମାମଲାରେ ଲଭ ଜିହାଦକୁ ଭର୍ତ୍ତି କରୁଛନ୍ତି। ଏବେ ଜେଲରେ ଶିଜାନଙ୍କ ମାନସିକ ସ୍ଥିତି ଏଭଳି ରହିଛି ଯେ, ସେ କେତେବେଳେ ବି ଆତ୍ମହତ୍ୟା କରିପାରନ୍ତି। ଯେଉଁ ପିଲା କେବେ ପୁଲିସ ଷ୍ଟେସନ ବା କୋର୍ଟକୁ ଆସିନଥିଲେ, ତାଙ୍କ ସହ ହଠାତ ଏସବୁ ହେବାଟା ନିଶ୍ଚିତ ଭାବେ ତାଙ୍କୁ ଚାପଗ୍ରସ୍ତ କରାଇବ। ତେଣୁ ଜେଲରେ ତାଙ୍କ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ କୁହାଯାଇଛି। କାରଣ କିଛି ଦିନ ତଳେ ହିଁ ଜଣେ କଏଦୀ ସେଠାରେ ଜୀବନ ହାରିଥିଲେ।