ପିଜ୍ଜା ଉପରେ ଛେପ ପକାଇ ଡେଲିଭରି କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ଇସ୍ତାନବୁଲ୍: ଯଦି ଆପଣ ଘରକୁ ପିଜ୍ଜା ମଗାଇ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଟିକେ ସାବଧାନତା ଅବଲମ୍ବନ କରନ୍ତୁ। ତୁର୍କୀରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସଂପର୍କରେ ଜାଣିବା ପରେ ଆପଣ ପିଜ୍ଜା ମଗାଇବା ପୂର୍ବରୁ ଥରେ ଚିନ୍ତା କରିବେ।

ତୁର୍କୀରେ ଜଣେ ପିଜ୍ଜା ଡେଲିଭରି ବଏ ଗ୍ରାହକଙ୍କ ଘର ପର୍ଯ୍ୟନ୍ତ ପିଜ୍ଜା ପହଞ୍ଚାଇବା ପୂର୍ବରୁ ସେଥିରେ ଛେପ ପକାଇ ଦେଉଥିବା ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ସେ ଏଭଳି କାମ କରୁଥିବା ବେଳେ ନିଜ ଫୋନ୍‌ରେ ଏସବୁ ଦୃଶ୍ୟକୁ କୈଦ ବି କରୁଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ମାମଲା କୋର୍ଟ ପର୍ଯ୍ୟନ୍ତ ବି ପହଞ୍ଚି ଯାଇଛି। ଅଭିଯୋଗକାରୀ ପିଜ୍ଜା ଡେଲିଭରି ବଏ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହିତ ୧୮ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ନେଇ ବି ଆବେଦନ କରିଛନ୍ତି।

ପ୍ରକାଶିତ ଖବର ମୁତାବକ, ଏହି ଘଟଣା ୨୦୧୭ ଏସ୍କିସିରର ସେଣ୍ଟ୍ରାଲ ସିଟିରୁ ସାମ୍ନାକୁ ଆସିଥିଲା। ଏଥିରୁ ଜଣାପଡ଼ିଥିଲା କି ଜଣେ ପିଜ୍ଜା ଡେଲିଭରି ବଏ ଗ୍ରାହକଙ୍କ ଘରେ ପିଜ୍ଜା ଦେବା ପୂର୍ବରୁ ସେଥିରେ ଛେପ ପକାଇ ଦେଉଥିଲା। ତେବେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହିସବୁ କୈଦ୍‌ ହୋଇଯାଇଥିଲା। ପରେ ଘର ଲୋକ ଡେଲିଭରି ବଏର ଏଭଳି କାମକୁ ସିସିଟିଭିରେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଏଭଳି ସେ କାହିକିଁ କରୁଥିଲା ତାହା ଏଯାବତ ସ୍ପଷ୍ଟ ହୋଇ ପାରିନାହିଁ।

ଏହି ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଡେଲିଭରି ବଏ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହିତ ଖେଳିଥିବା ସହିତ ବିଷାକ୍ତ ଖାଦ୍ୟ ପହଞ୍ଚାଇଥିବା ନେଇ ମାମଲା ରୁଜୁ ହେବା ସହିତ ତା’ଉପରେ ୪,୦୦୦ ଲିରା (୬୦୦ୟୁରୋ)ଜରିମାନା ବି ଲାଗିିଛି।

ସମ୍ବନ୍ଧିତ ଖବର