ମୁମ୍ବାଇ: ବିବାହର ପ୍ରତିଶ୍ରୁତି ଦେଇ ଜଣେ ବ୍ୟକ୍ତି ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଛନ୍ତି ବୋଲି ମୁମ୍ବାଇର ଜଣେ ଟେଲିଭିଜନ ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ଜଣକ ଅଭିଯୋଗ ଆଣିବା ପରେ ଅଭିଯୁକ୍ତଙ୍କୁ ମୁମ୍ବାଇ ପୁଲିସ୍ ଗିରଫ କରିଛି। ଅଭିନେତ୍ରୀ ଜଣକ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ମୁମ୍ବାଇ ପୁଲିସ୍ ଶୁକ୍ରବାର ଓସିୱାରା ପୁଲିସ୍ ଷ୍ଟେସନ୍ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Maharashtra: An FIR registered at Oshiwara Police station in Mumbai, based on a TV actress' statement wherein she alleges that she was raped by the accused on multiple occasions on the pretext of marriage. FIR registered under multiple IPC sections. Police investigation underway.
— ANI (@ANI) March 6, 2021
ଟେଲିଭିଜନ ଅଭିନେତ୍ରୀଙ୍କ କହିବା କଥା ହେଲା ଅଭିଯୁକ୍ତ ଜଣକ ତାଙ୍କୁ ବିବାହ କରିବେ ବୋଲି କହି ତାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ରଖୁଥିଲେ ଓ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସେଥିରୁ ଓହରି ଯାଇଛନ୍ତି। ମୁମ୍ବାଇ ପୁଲିସ୍ ଅଭିଯୋଗକାରିଣୀଙ୍କ ବୟାନକୁ ଭିତ୍ତି କରି ଆଇପିସିର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରିଣୀ ଅଭିନେତ୍ରୀ ଜଣକ ନିଜ ବୟାନରେ ଲେଖିଛନ୍ତି କି ଯେ ସେ ଅଭିଯୁକ୍ତଙ୍କ ଦ୍ବାରା ଥରେ ନୁହେଁ, ଅନେକ ଥର ଦୁଷ୍କର୍ମର ଶିକାର ହୋଇଛନ୍ତି।