ମଲ୍ଲପୁରମ: କେରଳରେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। କରୋନା ସଂକ୍ରମଣ ସନ୍ଦେହରେ ୩ଟି ହସ୍ପିଟାଲ ମହିଳାଙ୍କୁ ଭର୍ତ୍ତି କରିବାକୁ ମନା କରି ଦେବାରୁ ଗର୍ଭସ୍ଥ ଜାଆଁଳା ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଏଭଳି ଏକ ଘଟଣା କେରଳର ମଲପୁରମରେ ଘଟିଛି। | ମୃତ ଶିଶୁଙ୍କ ପିତା ଏନସି ସେରିଫଙ୍କ କହିବାନୁସାରେ, ପତ୍ନୀ ଶାହଲାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଗତ ଶନିବାର ଭୋର ସାଢେ ୪ଟା ସମୟରେ ସେ ତାଙ୍କୁ ନେଇ ମଞ୍ଜରୀ ମେଡିକାଲ କଲେଜକୁ ଯାଇଥିଲେ। କିନ୍ତୁ ସେଠାରେ ହସ୍ପିଟାଲ ପ୍ରଶାସନ ବେଡ ନଥିବା କହି ମହିଳାଙ୍କୁ ଭର୍ତ୍ତି କରିବାକୁ ରୋକଠୋକ ମନା କରିଦେଇଥିଲେ |
/sambad/media/post_attachments/6375a3977c04fd2c6289dd2da9adbb9d64b0a82150bb9c95a34f589b8f262e8a.jpg)
ଏହାପରେ ସେ ଏମିତି ୩ଟି ହସ୍ପିଟାଲ ବୁଲିଲା ପରେ ବି କରୋନା ସନ୍ଦେହରେ ଶାହଲା କୌଣସି ହସ୍ପିଟାଲରେ ଭର୍ତ୍ତି ହୋଇ ପାରି ନଥିଲେ| ଶେଷରେ ବହୁ କଷ୍ଟରେ ମଞ୍ଜରୀ ମେଡିକାଲ କଲେଜରେ ପତ୍ନୀଙ୍କ ସି-ସେକ୍ସନ ଡେ଼ଲିଭରି କରାଯାଇଥିଲା | କିନ୍ତୁ ସେତେବେଳେକୁ ଗର୍ଭରେ ହିଁ ଜାଆଁଳା ଶିଶୁଙ୍କ ମୃତ୍ୟୁ ହୋଇଯାଇଥିଲା |
ଏନସି ସେରିଫ ଅଭିଯୋଗ କରିଛନ୍ତି ଯେ ସେପ୍ଟେମ୍ବରରେ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିଲେ | କିନ୍ତୁ ସେପ୍ଟେମ୍ବର ୧୫ ତାରିଖରେ ଦ୍ୱିତୀୟ କରୋନା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଥିଲା | ଏହାପରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳିଥିଲା | ୧୮ ତାରିଖରେ ଡେ଼ଲିଭରି ପାଇଁ ଡାକ୍ତରଙ୍କୁ ପରାମର୍ଶ କରାଯାଇଥିଲା | କିନ୍ତୁ ଶନିବାର ଦିନ ଶାହଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସମୟରେ ଘରୋଇ ହସ୍ପିଟାଲ ଦ୍ୱିତୀୟ କରୋନା ରିପୋର୍ଟକୁ ଅସ୍ବୀକାର କରିଥିଲେ |