ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ତଥା ଆଖପାଖ ବିଭିନ୍ନ ଥାନା ଅଞ୍ଚଳରୁ ବିଦ୍ୟୁତ ଟ୍ରାନ୍ସଫରମର ଖୋଲି ଭିତରେ ଥିବା ଦାମିକା କଏଲ ସମେତ ବିଦ୍ୟୁତ କେବୁଲ ତାର ଚୋରି କରି ପୁଲିସ ଆଖିରେ ଦୀର୍ଘଦିନ ଧରି ଧୂଳିଦେଇ ଲୁଚି ବୁଲୁଥିବା ବିଭିନ୍ନ ସ୍ଥାନରେ ଜାଲ ବିଛାଇ ୨ କୁଖ୍ୟାତ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସl ୨ ଲୁଟେରା ହେଲେ ବୈଶିଙ୍ଗା ଥାନା ଅଧୀନ ଗୋବିନ୍ଦରାୟପୁର ଗ୍ରାମର ଅନସାର ଖାନ ଓ ବଡ଼ସାହି ଥାନା ଭୀମଦା ଅଞ୍ଚଳର ଶିବଶଙ୍କର ଗିରିl
ଗତ ଅକ୍ଟୋବର ୧୮ ତାରିଖ ଦିନ ବିଳମ୍ବିତ ରାତ୍ରିରେ ବୈଶିଙ୍ଗା ଥାନା ଅଧୀନ ସିଙ୍ଗଳାମୁଣ୍ଡୁଳି ଗ୍ରାମରେ ଲାଗିଥିବା ଏକ ଟ୍ରାନ୍ସଫରମରକୁ ଖୋଲି ଭିତରେ ଥିବା କଏଲ ସମେତ ବହୁ ପରିମାଣରେ ବିଦ୍ୟୁତ କେବୁଲ ତାର ଦୁର୍ବୁତ୍ତମାନେ ଚୋରି କରିନେଇଥିଲେl ଏନେଇ ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ବୈଶିଙ୍ଗା ସେକ୍ସନ କାର୍ଯ୍ୟାଳୟକୁ ଖବର ଦେବା ପରେ କାର୍ଯ୍ୟରତ ଜେଇ ପ୍ରଶାନ୍ତ କୁମାର ନାୟକ ଥାନାରେ ଏକ ଲିଖିତ ଅଭିଯୋଗ ଦେବାପରେ ପୁଲିସ ୩୭୩/୨୪ନଂ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲାl
ସେହିପରି ଗତ ମାସ ୨୩ ତାରିଖ ଦିନ ଉକ୍ତ ଥାନା ଅଧୀନ କଦଳିଆ ଉପକଣ୍ଠ ଦୁହୁରାପଦା ଗ୍ରାମରେ ଲାଗିଥିବା ଟ୍ରାନ୍ସଫରମରରୁ କଏଲ ଓ ତାର ଚୋରି ହୋଇଥିଲା, ଯାହାକୁ ନେଇ ୪୧୬/୨୪ନଂ ରେ ମାମଲା ରୁଜୁ ହୋଇଥିଲାl ଅନୁରୂପ ଭାବେ ପୂର୍ବରୁ ମଧ୍ୟ ଉକ୍ତ ଥାନା ସହିତ ଆଖପାଖ ଅଞ୍ଚଳର ଏକାଧିକ ସ୍ଥାନରୁ ଟ୍ରାନ୍ସଫରମର କୋଏଲ ସମେତ ଅନେକ ବିଦ୍ୟୁତ ସରଞ୍ଜାମ ଚୋରି ହୋଉ ଥିବାର ଅଭିଯୋଗ ଆସୁଥିଲେ ବି ଚୋର କିନ୍ତୁ ଧରା ପଡୁନଥିଲାl
ତେବେ ଚୋରଙ୍କୁ ଧରିବା ପାଇଁ ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ଚାରିଆଡେ ଜାଲ ବିଛାଇ ଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ସୋମବାର ମାଣତ୍ରୀ ବୈଶିଙ୍ଗା ରାସ୍ତାରେ ଯାଉଥିବାବେଳେ ଶିବଶଙ୍କରକୁ ଓ କଦଳିଆ ଅଞ୍ଚଳରୁ ଅନସାରକୁ ମାଡି ବସିଥିଲା ପୁଲିସ l ପରେ ତାଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରାଯାଇଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/12/23/l50V7hbxr6TsWz0m7HhT.jpg)