ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତିରେ କୌଣସି ଏକ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ସୂଚନା ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳ କରୁଥିବା ଦୁଇ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସିଲୁ ମହାରଣା ଓ ମଦନ ପ୍ରଧାନ। ଅପରପକ୍ଷରେ ଗିରଫ ଅସାମାଜିକ ସିଲୁ ଓ ମଦନକୁ ଛାଡ଼ି ଦିଆଯାଉ ବୋଲି ଦାବିକରି କିଛି ବସ୍ତିବାସିନ୍ଦା ଆଜି ଅପରାହ୍ଣରେ ପ୍ରତିବାଦ କରି ଥାନା ଘେରାଓ କରିଥିଲେ। ସେମାନଙ୍କ କହିବା ଅନୁଯାୟୀ ପୁଲିସ୍ ବିନା କାରଣରେ ସିଲୁ ଓ ମଦନକୁ ଗିରଫକରି ଆଣିଛି। ତେବେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ କହିବା କଥା, ଗିରଫ ଦୁଇ ଯୁବକ ବସ୍ତିରେ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିବା ସହିତ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେଉଥିଲେ। ଏ ନେଇ ସେମାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ପୁଲିସ୍ ଘଟଣାର ତଦନ୍ତକରି ଉଭୟ ଅସାମାଜିକ ଯୁବକ ଦ୍ୱୟଙ୍କୁ କୌଶଳ କରି ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଦ୍ୱୟଙ୍କୁ ଜେଲ୍ ପଠାଇ ଦିଆଯାଇଥିବା ଜାଣିବା ପରେ କିଛି ବସ୍ତି ବାସିନ୍ଦା ଥାନା ଆଗରେ ଧାରଣା ଦେଇଥିଲେ।
ମାରପିଟ୍ ଅଭିଯୋଗରେ ଦୁଇ ଗିରଫ
/sambad/media/post_attachments/wp-content/uploads/2017/12/madhu-ganda-gola.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)