ଭୁବନେଶ୍ବର: ଫଳ ଦୋକାନରୁ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ୨ ଚୋରଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୫ହଜାର ଟଙ୍କା ଓ ଫଳ ପେଟି ଜବତ କରିଛି। ସେମାନେ ହେଲେ ଭିଏସ୍ଏସ୍ନଗର ତାରିଣୀ ବସ୍ତିର ବିଭୂତି ଭୁଷଣ ସାହୁ(୧୯) ଓ ତ୍ରିନାଥ ବସ୍ତିର କାଳନ୍ଦୀ ମଲ୍ଲିକ(୧୯)। ପୁଲିସ ସୂଚନା ମୁତାବକ, ରବିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ବିଭୂତି ଓ ତ୍ରିନାଥ ମିଶି ସତ୍ସଙ୍ଗବିହାର ନିକଟ ସୁମନ୍ତ ରାଉତଙ୍କ ଫଳ ଦୋକାନରେ ପଶି ୪/୫ଟି ଫଳପେଟି ଓ ୫ହଜାର ଟଙ୍କା ନେଇ ବାହାରୁଥିବା ସମୟରେ ସୁମନ୍ତ ଉଠିପଡ଼ିଥିଲେ। ଦୋକାନରୁ ଚୋରି ହେଉଥିବା ଦେଖି ପାଟି କରିଥିଲେ। ଉଭୟ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ସୁମନ୍ତ ବିଭୂତିକୁ କାବୁ କରିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭୂତିକୁ ଗିରଫ କରି ଥାନାକୁ ନେଇଥିଲା। ପୁଲିସ ତାଠାରୁ କାଳନ୍ଦୀ ଠିକଣା ଠାବ କରି ତ୍ରିନାଥ ବସ୍ତିରୁ ଗିରଫ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।
ଫଳ ଦୋକାନରୁ ଚୋରି, ୨ ଗିରଫ
/sambad/media/post_attachments/wp-content/uploads/2019/06/arrest-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)