ଫାଷ୍ଟଫୁଡ୍‌ ଦୋକାନ ଭଙ୍ଗାରୁଜା ଘଟଣା; ୨ ଗିରଫ

ଭୁବନେଶ୍ୱର : କଳ୍ପନା ସ୍ଥିତ ଏକ ଫାଷ୍ଟଫୁଡ୍‌ ଦୋକାନ ଭଙ୍ଗାରୁଜା ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ କଦଳୀଗୋଦାମ ଅଞ୍ଚଳର ଅଜୁ ବର୍ଦ୍ଧନ ଓ ମଞ୍ଚେଶ୍ୱର ଅଞ୍ଚଳର ସନ୍ତୋଷ ବେହେରା। ଗତ ୧୩ ତାରିଖ ରାତିରେ ଅଜୁ, ସନ୍ତୋଷ ଓ ସେମାନଙ୍କ ସହଯୋଗୀ କଳ୍ପନାସ୍ଥିତ ଯୋଗେଶ ବେହେରାଙ୍କ ଫାଷ୍ଟଫୁଡ୍‌ ଦୋକାନକୁ ଯାଇଥିଲେ। ଖାଇବା ପରେ ବିଲ୍‌ ଦେବାକୁ ନେଇ ଯୋଗେଶଙ୍କ ସହ ଅଜୁ, ସନ୍ତୋଷ ଓ ସେମାନଙ୍କ ସହଯୋଗୀ ପାଟିତୁଣ୍ଡ କରିଥିଲେ। ଉତ୍ତ୍ୟକ୍ତ ଯୁବକମାନେ ଚେୟାର, ଟେବୁଲ୍‌ ଆଦି ଭଙ୍ଗାରୁଜା କରିଥିଲେ। ଯୋଗେଶ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ହେଲେ ପୁଲିସ ଆସିବା ପୂର୍ବରୁ ଯୁବକମାନେ ଚମ୍ପଟ ମାରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟ ଅଜୁ ଓ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିିବା ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର