ଭୁବନେଶ୍ୱର ହଳଦିପଡ଼ିଆ ବସ୍ତିରୁ ୩୦ ଗ୍ରାମ ବ୍ରାଉନସୁଗର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ହଳଦିପଡ଼ିଆ ଅଞ୍ଚଳ ବ୍ରାଉନସୁଗର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ହଳଦିପଡ଼ିଆ ବସ୍ତିରୁ ଲକ୍ଷ୍ମୀସାଗର ପୁଲିସ ଶନିବାର ପୂର୍ବାହ୍ନରେ ୩୦ ଗ୍ରାମ ବ୍ରାଉନସୁଗର, ମୋବାଇଲ ଓ ଟଙ୍କା ଜବତ କରିଛି। ବେଆଇନ ବ୍ରାଉନସୁଗର କାରବାର ନେଇ ସୂଚନା ମିଳିବା ପରେ ପୁଲିସ ହଳଦିପଡ଼ିଆ ବସ୍ତିରେ ଅଚାନକ ଚଢ଼ାଉ କରିଥିଲା। ପୁଲିସ ଏହି ଘଟଣାରେ ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ନିକଟ ବାଲିବାଟପୁରର ସ୍ୱର୍ଗତ କ୍ଷୀତିଶ ବେପାରୀଙ୍କ ପୁଅ ଅଜିତ ବେପାରୀ(୨୭) ଓ ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବେଲପୁର ଗ୍ରାମର ସ୍ୱର୍ଗତ ଏସ.କେ ଅସିରୁଦ୍ଦିନଙ୍କ ପୁଅ ସୋନୁ ଖାଁ ଓରଫ ଏସ.କେ ଆଲ୍ଲାଉଦ୍ଦୀନ(୩୦)କୁ ଗିରଫ କରିଛି। ଉଭୟ ଅଭିଯୁକ୍ତ ହଳଦିପଡ଼ିଆ ବସ୍ତିରରେ ରହି ବେଆଇନ ବ୍ରାଉନସୁଗର ବ୍ୟବସାୟରେ ଲିପ୍ତ ଥିଲେ।

ପୁଲିସ ଘଟଣାସ୍ଥଳରୁ ୩୦ଗ୍ରାମ ବ୍ରାଉନସୁଗର, ୪ଟି ମୋବାଇଲ ଫୋନ୍‌ ଓ ୨,୪୯୦ଟଙ୍କା ଜବତ କରିବା ସହିତ ୯୪/୧୮ରେ ଏକ ମାମଲା ରୁଜୁ କରି ଏସ.କେ ଆଲ୍ଲାଉଦ୍ଦୀନ ଓ ଅଜିତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର