ଏସିଡ଼ ଆକ୍ରମଣକାରୀ ୨ ଅଭିଯୁକ୍ତ ୮ ବର୍ଷ ପରେ ଗିରଫ

ଜଗତସିଂହପୁର: ଏକତରଫା ପ୍ରେମକୁ କେନ୍ଦ୍ର କରି ଜଗତସିଂହପୁରରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉତ ଏସିଡ଼ ମାଡ଼ ଘଟଣାରେ ଅଭିଯୁକ୍ତମାନେ ୮ ବର୍ଷ ପରେ କୋଲକାତାରୁ ଗିରଫ ହୋଇଛନ୍ତି। ଆର୍ମି ଯବାନ ସନ୍ତୋଷ କୁମାର ବେଦାନ୍ତ କୋଲକାତାରୁ ଓ ବିଶ୍ୱଜିତ ଦଳସିଂହାର ନୟାଗଡ଼ ଜିଲ୍ଲା ରଣପୁର ଚମ୍ପାଗଡ଼ରୁ ପୁଲିସ ଗିରଫ କରିଛି। ପୁଲିସ ପଚରାଉଚୁରା ବେଳେ ସନ୍ତୋଷର ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବୋଲି ଜଣାପଡ଼ିଛି। ପୂର୍ବରୁ ସନ୍ତୋଷ ଜମ୍ମୁ କଶ୍ମୀରର କୁପଓ୍ଵାଡାରେ କାର୍ଯ୍ୟରତ ଥିଲା। ଗିରଫ ପରେ ସନ୍ତୋଷକୁ ଓଡ଼ିଶା ଅଣାଯାଉଛି। ପୁଲିସ ୫ ତାକୁ ୫ଦିନିଆ ରିମାଣ୍ଡରେ ନେଇପାରେ।

ସମ୍ବନ୍ଧିତ ଖବର