ଭୁବନେଶ୍ୱର : ଆପତ୍ତିଜନକ ଫଟୋ ଭାଇରାଲ କରିବାକୁ ଧମକ ଦେଇ ଜଣେ ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଓୟୋ ହୋଟେଲ୍‌ର ୨ କର୍ମଚାରୀଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନଙ୍କୁ ପୁଲିସ କାଲି ଅଟକ ରଖିଥିଲା। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବାରୁ ତାକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତଜଣଙ୍କ ହେଲେ, ଜଗତସିଂହପୁର ଜିଲ୍ଲା, ବାଲିକୁଦା ଗୋଡ଼ିସାହି ଅଞ୍ଚଳର ବାବୁନା ବେହେରା (୨୩)। ବାବୁନାକୁ ପୁଲିସ କୋର୍ଟଚାଲାଣ କରିଛି।

Advertisment

ପ୍ରକାଶ ଥାଉ କି, ଗତ ୮ ତାରିଖରେ ଜଣେ ଯୁବତୀ ତାଙ୍କ ଯୁବବନ୍ଧୁଙ୍କ ସହ ନୂଆପଲ୍ଲୀ ଅଞ୍ଚଳରେ ଥିବା ଓୟୋ ହୋଟେଲରେ ଜନ୍ମ ଦିନ ପାଳିଥିଲେ। ଏହାର କିଛି ଦିନ ପରେ ଜଣେ ଯୁବକ ଉକ୍ତ ଯୁବତୀଙ୍କୁ ଫୋନ୍‌ କରି ନିଜକୁ ଓୟୋ ହୋଟେଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ୮ ତାରିଖ ରାତିର କିଛି ଅଶ୍ଳୀଳ ଫଟୋ ତାଙ୍କ ପାଖରେ ରହିଥିବା କହି ଯୁବତୀଙ୍କଠାରୁ ୫୦ ହଜାର ଟଙ୍କା ଦାବି କରିଥିଲେ।