ଲାଞ୍ଚ ନେଇ ‌୨ ଗିରଫ: ଏମ୍‌ଭିଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନବରଙ୍ଗପୁର/ ଭଞ୍ଜନଗର/ଭଦ୍ରକ : ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ୨ ଜଣ ସରକାରୀ କର୍ମଚାରୀ ଗିରଫ ହୋଇଛନ୍ତି। ଦୁହିଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନବରଙ୍ଗପୁର ଅଗ୍ନିଶମ ବିଭାଗ ଅଧିକାରୀ ଦୋଳଗୋବିନ୍ଦ ତ୍ରିପାଠୀ। ଅନ୍ୟ ଜଣେ ହେଉଛନ୍ତି ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ପ୍ରିୟଦର୍ଶୀ ଦାସ। ଅନ୍ୟ ଏକ ଘଟଣାରେ ଭିଜିଲାନ୍ସ ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ (ଆର୍‌ଟିଓ)ରେ କାର୍ଯ୍ୟରତ ଜୁନିୟର ଏମ୍‌ଭିଆଇ ଶଙ୍କରନାରାୟଣ ଚୌଧୁରୀଙ୍କ ଅଫିସ ଓ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଗ୍ନିଶମ ଅଧିକାରୀ ଶ୍ରୀ ତ୍ରିପାଠୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଏକ ଯୁବକ ସଂଘର କର୍ମକର୍ତ୍ତାଙ୍କଠାରୁ ୪ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଥିଲେ। ଅପେରା ପାଇଁ ଯୁବକ ସଂଘର କର୍ମକର୍ତ୍ତା ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ସେହିଭଳି, ୬୫ ଶିକ୍ଷକଙ୍କ ବକେୟା ଏରିୟର କରାଇବାକୁ ଶିକ୍ଷକଙ୍କଠୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେ‌େଳ କିରାଣୀ ଶ୍ରୀ ଦାସ ଧରାପଡ଼ିଥିଲେ।

ଅନ୍ୟପକ୍ଷରେ, ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ (ଆରଟିଓ)ରେ କାର୍ଯ୍ୟରତ ଜୁନିୟର ଏମ୍‌ଭିଆଇ ଶଙ୍କରନାରାୟଣ ଚୌଧୁରୀଙ୍କ ଅଫିସ ଓ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। କଟକ ଭିଜିଲାନ୍ସର ଏକ ୬ ଜଣିଆ ଟିମ୍ ଏକା ବେଳେ ୬ଟି ସ୍ଥାନରେ ଚଢ଼ଉ କରିଥିଲା

ସମ୍ବନ୍ଧିତ ଖବର