ଭୁବନେଶ୍ୱର: ନୟାପଲ୍ଲୀ ପୁଲିସ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରି ଦୁଇ ଲୁଟେରାକୁ ଗିରଫ କରିଛି। ସାମ୍ବାଦିକ ସମ୍ମିଳନୀରେ ଶନିବାର ପୁଲିସ ଗଣମାଧ୍ୟମକୁ ଏହି ସୂଚନା ଦେଇଛି। ‘ଇ-ଲଜିଷ୍ଟିକ ଓ୍ଵିସ୍ ମାଷ୍ଟର’ରେ କାର୍ଯ୍ୟରତ ଜଟଣୀ ଥାନା ଅନ୍ତର୍ଗତ ସ୍ୱର୍ଗତ ବିକ୍ରମ ଜେନାଙ୍କ ପୁଅ ସଞ୍ଜୟ ଜେନା ଗତ ଅକ୍ଟୋବର ୧୧ରେ ପାର୍ସଲ ଡେଲିଭରି କରିବାକୁ ଯାଇ ନିଜ ମୋଟରସାଇକେଲ(ଓଡି ୦୨ଡବ୍ଲ୍ୟୁ ୩୦୬୦)କୁ ବ୍ରିଟ କଲୋନିର ଏମ୍ଆଇଜିଏ/୨୭ ଆଗରେ ପାର୍କିଂ କରିଥିଲେ। ଏହି ସମୟରେ ଏକ ନମ୍ବର ବିହୀନ ସ୍କୁଟିରେ ଆସି ନୟାପଲ୍ଲୀ ଥାନା ଅନ୍ତର୍ଗତ ଗଡ଼ସାହିର ପ୍ଲଟ ନମ୍ବର ୧୨୦୬/୧୨୦୭ ନିବାସୀ ନିରଞ୍ଜନ ନାୟକ ଓରଫ ଟିକନ ଓ ଜଟଣୀ ଥାନା ଅନ୍ତର୍ଗତ ଯାଁଳା ନିଟକସ୍ଥ ହରିଅଣା ସାହିର ରବୀନ୍ଦ୍ର କୁମାର ନାୟକଙ୍କ ପୁଅ ଅଭୟ କୁମାର ନାୟକ ଓରଫ୍ ଟୁଲୁକୁ ଗିରଫ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତମାନଙ୍କ ଠାରୁ ଏକ ୨ଟି ଲିନୋଭୋ ମୋବାଇଲ, ୨ଟି ଏମ୍ଆଇ ମୋବାଇଲ, ୨ଟି ନୋଟ୍-୪ ମୋବାଇଲ୍, ଗୋଟିଏ ପୋଶାକ, ଏକ ପରିଚୟ ପତ୍ର, ଏକ ବ୍ୟାଗ ଆଦି ଜବତ ହୋଇଛି।