ନାବାଳିକାଙ୍କ ନଗ୍ନ ଭିଡ଼ିଓ ଭାଇରାଲ୍‌ ଘଟଣା: ମୟୂରଭଞ୍ଜ ପୁଲିସ ଦ୍ୱାରା ୩ ଯୁବକ ଗିରଫ

ପ୍ରେମିକ ସାଙ୍ଗରେ ନିରୋଳା ସ୍ଥାନକୁ ଯିବା କାଳ ହେଲା

ବାରିପଦା: ବାରିପଦା ସହରର ବହୁ ଚର୍ଚ୍ଚିତ ନାବାଳିକାଙ୍କ ନଗ୍ନ ଭିଡ଼ିଓ ଭାଇରାଲ୍‌ ଘଟଣାରେ ମୟୂରଭଞ୍ଜ ପୁଲିସ ଗୁରୁବାର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୩ ଜଣ ଯୁବକ ହେଲେ ସଦର ଥାନା ଅନ୍ତର୍ଗତ ଜତିପୁର ଗାଁର ଦୀପକ ମହାନ୍ତ ଓ ଲକ୍ଷ୍ମୀକାନ୍ତ ମହାନ୍ତ ଓରଫ ଟିଆଁ। ଏମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ବାରିପଦା ସଦର ଏସ୍‌ଡିପିଓ ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ପୁଲିସ ଘଟଣାରେ ସଂପୃକ୍ତ ୩ୟ ବ୍ୟକ୍ତି ପୁରୁଷୋତ୍ତମ ମହାନ୍ତଙ୍କୁ ମଧ୍ୟ ଗିରଫ କରିଛି। ପୁରୁଷୋତ୍ତମର ଘର ମଧ୍ୟ ଜତିପୁର ବୋଲି ଜାଣିବାକୁ ପାଇଛି।

ନଗ୍ନ ଭିଡ଼ିଓ ଭାଇରାଲ୍‌ର ଶିକାର ହୋଇଥିବା ନାବାଳିକା ବାରିପଦା ସହରର ଏକ ସ୍କୁଲ୍‌ରେ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ଉକ୍ତ ନାବାଳିକା ଛାତ୍ରୀ ବାରିପଦା ସହରରେ ଥିବା ଏକ ମହାବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ପ୍ରେମ କରୁଥିଲା। ନିଜ ପ୍ରେମିକ ସାଙ୍ଗରେ ଖରାବେଳେ ନିରୋଳା ସ୍ଥାନକୁ ଯାଇ କିଛି ମନଖୋଲା ପ୍ରେମାଳାପ କରିବାକୁ ନାବାଳିକା ଜଣକ ଇଛା କରିଥିଲା। ତେବେ ପ୍ରେମିକ ସାଙ୍ଗରେ ନିରୋଳା ସ୍ଥାନକୁ ଯିବା ନାବାଳିକା ପାଇଁ କାଳ ପାଲଟିଥିଲା।

ଘଟଣାଟି ଘଟିଥିଲା, ଗତ ଏପ୍ରିଲ୍‌ ମାସ ୪ରେ ଘଟିଥିବା ଘଟଣା ଦିନ ନିର୍ଦ୍ଧୁମ୍‌ ଖରାବେଳେ ଉକ୍ତ ଯୁବତୀ ସ୍କୁଲ୍‌ରୁ ମୁଣ୍ଡ ବିନ୍ଧୁଛି କହି ଛୁଟି ନେଇ ପ୍ରେମିକ ସହିତ ବାରିପଦା ସହରଠାରୁ ୧୦ କିଲୋମିଟର ଦୂର ଜତିପୁର ନିକଟସ୍ଥ ଏକ ନିଛାଟିଆ ଜଙ୍ଗଲିଆ ସ୍ଥାନକୁ ବୁଲିଯାଇଥିଲେ। ନିରୋଳାରେ ପ୍ରେମାଳାପ କରିବା ଉଭୟଙ୍କର ଉଦ୍ଦେଶ୍ୟ ଥିଲା। ମାତ୍ର ଜତିପୁର ନିକଟରେ ପହଞ୍ଚିଲାବେଳକୁ ଏହି ଗାଁର ୩ ଜଣ ଯୁବକ ଉକ୍ତ ପ୍ରେମୀଯୁଗଳଙ୍କୁ ପିଛା କରିଥିଲେ। ଉକ୍ତ ପ୍ରେମୀଯୁଗଳ ନିରୋଳା ସ୍ଥାନରେ ପ୍ରେମାଳାପ କରୁକରୁ ଦୈହିକ ସୁଖରେ ବେଶ୍‌ କିଛି କ୍ଷଣ ମଜି ଯାଇଥିଲେ। ଠିକ୍‌ ଏତିକିବେଳକୁ ଉକ୍ତ ୩ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ନାବାଳିକାର ନଗ୍ନ ଫଟୋ ଉଠାଇବା ସହ ତାଙ୍କୁ ଜୋର ଜବରଦସ୍ତ ଉଲଗ୍ନ କରି ନିଜ ମୋବାଇଲ୍‌ରେ ଭିଡ଼ିଓ ସୁଟିଂ କରିଥିଲେ। ଏହି ଭାଇରାଲ୍‌ ଭିଡ଼ିଓ ପ୍ରଥମେ ‘ସମ୍ବାଦ’ ହାତରେ ଗତ ଦୁଇ ସପ୍ତାହ ତଳୁ ଲାଗିଥିଲା। ଏହି ଭାଇରାଲ୍‌ ଭିଡ଼ିଓ ଅନୁଯାୟୀ, ଦୁଇଜଣ ଯୁବକ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଥିବା ଉକ୍ତ ନାବାଳିକାକୁ ସଂପୂର୍ଣ୍ଣ ଉଲଗ୍ନ କରିବାକୁ ବାଧ୍ୟ କରୁଥିବାର ଦେଖାଯାଇଛି। ଏ ଦୁହେଁ ଯୁବକ ଜୋର ଜବରଦସ୍ତ କରି ନାବାଳିକାକୁ ଉଲଗ୍ନ କରିବା ପରେ ଭିଡ଼ିଓ ସୁଟିଂ କରୁଥିବା ଦୃଶ୍ୟ ଅତି ହୃଦୟ ବିଦାରକଜଣାପଡୁଥିଲା।

ନାବାଳିକାଟି ବହୁ ଅନୁରୋଧ କରିବା ସତ୍ତେ୍ଵ ଯୁବକମାନେ ତା’ କଥା ମାନି ନଥିଲେ ଏବଂ ରାକ୍ଷସଙ୍କ ଭଳି ଆସୁରିକ ଆନନ୍ଦ ଲାଭ କରୁଥିଲେ। ଏତିକିବେଳେ ନାବାଳିକାର ପ୍ରେମିକ ନିକଟରେ ବସି ରହିଥିବାର ଭିଡ଼ିଓରେ ଦୃଶ୍ୟ ହେଉଥିଲା। ଯୁବକଦ୍ଵୟ ନାବାଳିକାର ଉଲଗ୍ନ ଭିଡ଼ିଓକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଥିଲେ। ପ୍ରଥମେ ପ୍ରଥମେ ଯୁବତୀଙ୍କ ପରିବାର ପକ୍ଷରୁ ଲୋକଲଜ୍ଜ୍ୟାକୁ ଡରି ସେମାନେ ଥାନାରେ ଏତଲା ଦେଇ ନଥିଲେ। ମାତ୍ର ଏଇ କିଛିଦିନ ମଧ୍ୟରେ ଭିଡ଼ିଓଟି ଚାରିଆଡ଼େ ପ୍ରଘଟ ହୋଇ ସବୁ ମହଲରେ ଚର୍ଚ୍ଚା ହେବାରୁ ବାଧ୍ୟ ହୋଇ ଗୁରୁବାର ଅପରାହ୍ନରେ ଯୁବତୀର ବାପା ବାରିପଦା ସଦର ଥାନାରେ ଏତଲା ଦେବାପରେ ପୁଲିସ ତନାଘନା ଆରମ୍ଭ କରିଦେଇଥିଲା। ଏ ନେଇ ବାରିପଦା ସଦର ଥାନାରେ ଏକ ମାମଲା (ନଂ୯୨/୧୭) ରୁଜୁ କରାଯାଇଥିଲା। ଏ ନେଇ ଆମାମୀଙ୍କ ବିରୋଧରେ ଦଫା ୩୯୨, ୩୫୪ (ବି), ୫୦୦, ୫୦୯, ୧୨ ପୋକ୍‌ସୋ ଆକ୍‌ଟରେ ମାମଲା ରୁଜୁ ହୋଇଥିଲା।

ଏସ୍‌ପିଙ୍କ ନେତୃତ୍ଵରେ ୩ଟି ସ୍ୱତନ୍ତ୍ର ସ୍କ୍ଵାର୍ଡ଼ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏସ୍‌ଡିପିଓ ଅଭିମନ୍ୟୁ ନାୟକଙ୍କ ନେତୃତ୍ଵରେ ଗୋଟିଏ ସ୍କ୍ଵାର୍ଡ ଗଠନ କରାଯାଇଥିବାବେଳେ ବାରିପଦା ସଦର ଥାନାଧିକାରୀ ତିଳୋତ୍ତମା ରାଉତଙ୍କ ନେତୃତ୍ଵରେ ଆଉ ଗୋଟିଏ ଏବଂ ୩ ଜଣ ସବ୍‌ ଇନିସପେକ୍‌ଟରଙ୍କୁ ନେଇ ତୃତୀୟ ସ୍କ୍ଵାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ତନାଘନା କରାଯାଇ ସନ୍ଧ୍ୟା ସୁଧା ଉକ୍ତ ଦୁର୍ବୃତ୍ତ ଯୁବକ ୨ ଜଣଙ୍କୁ କାବୁ କରି ଥାନାରେ ଅଟକ ରଖାଯାଇଥିଲା। ଏହି ଭାଇରାଲ୍‌ ଭିଡ଼ିଓକୁ ନେଇ ବର୍ତ୍ତମାନ ସମଗ୍ର ବାରିପଦା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।

ସମ୍ବନ୍ଧିତ ଖବର