ଭୁବନେଶ୍ୱର/ସମ୍ବଲପୁର: ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ବୁଧବାର ୨ ଜଣ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ସିଣ୍ଡିକେଟ ବ୍ୟାଙ୍କର ଅଧିକାରୀ ବୋଲି ଜଣାପଡ଼ିଛି। ଦୁର୍ନୀତି ଅଭିଯୋଗରେ ଇଓଡବ୍ଲ୍ୟୁ ପୂର୍ବତନ ମ୍ୟାନେଜର ସୁବାସ ଚନ୍ଦ୍ର ଦାଶ ଓ ପୂର୍ବତନ ଆସିଷ୍ଟାଣ୍ଟ ମ୍ୟାନେଜର ମାରିଆନୁସ ଲାକ୍ରାଙ୍କୁ ଗିରଫ କରିଛି। ଉଭୟ ଅଧିକାରୀ ୨୦୧୪ ରୁ ୨୦୧୬ ମଧ୍ୟରେ ଲୋକଙ୍କ ଠାରୁ ମିଛ କାଗଜପତ୍ରରେ ୧ କୋଟି ୯୬ ଲକ୍ଷ ଟଙ୍କା ଠକି ନେଇଥିଲେ। ଦୁଇ ଗିରଫ ଅଭିଯୁକ୍ତଙ୍କୁ ଇଓଡବ୍ଲ୍ୟ ସମ୍ବଲପୁରସ୍ଥିତ ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରିଛି।

Advertisment

ଉପରୋକ୍ତ ମାମଲା ନେଇ ଭୁବନେଶ୍ୱରସ୍ଥିତ ସିଣ୍ଡିକେଟ ବ୍ୟାଙ୍କର ଆଞ୍ଚଳିକ ପରିଚାଳକ ଚନ୍ଦ୍ରକାନ୍ତ ଦାସମହାପାତ୍ର ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ ଉଭୟ ସୁବାସ ଚନ୍ଦ୍ର ଦାଶ ଓ ମାରିଆନୁସ ଲାକ୍ରା ୨୦୧୪ ରୁ ୨୦୧୬ ମଧ୍ୟରେ ଲୋକଙ୍କୁ ୧୯୬ଟି କୃଷି ଋଣ ଦେଇଥିଲେ। ଅଧିକାରୀମାନେ ପ୍ରତ୍ୟେକ ଚାଷୀଙ୍କୁ ସିଣ୍ଡିକେଟ କିଷାନ କାର୍ଡ ଯୋଜନାରେ ୧ ଲକ୍ଷ ଟଙ୍କା ଲେଖାଏଁ ଋଣ କରାଇ ଦେଇ ଟଙ୍କା ହଡ଼ପ କରିଥିଲେ।