କେକ୍‌ରେ ନିଶା ଦ୍ରବ୍ୟ ମିଶାଇ କଲେ ଦୁଷ୍କର୍ମ, ଚେତା ଆସିବା ପରେ ତକିଆ ତଳକୁ ମିଳିଲା ୫୦୦ଟଙ୍କା

ମୁମ୍ବାଇ: ମୁମ୍ବାଇରେ ଏକ ଜନ୍ମଦିନ ଉତ୍ସବରେ ଦୁଇଜଣ ଯୁବକ ଜଣେ ଯୁବତୀଙ୍କୁ କେକ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ଦୁଷ୍କର୍ମକାରୀ ପୀଡିତାର ତକିଆ ତଳେ ୫୦୦ଟଙ୍କା ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଦୁଷ୍କର୍ମକାରୀଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।

ସୂଚନାଯୋଗ୍ୟ, ପୀଡିତାକୁ ଫଟୋଗ୍ରାଫି ଶିଖିବାର ଥିଲା ତେଣୁ ସେ ମୁମ୍ବାଇ ଆସି ମୀରା ରୋଡସ୍ଥିତ ଏକ ଭଡା ଘରେ ରହୁଥିଲେ। ଏହି ସମୟରେ ତାଙ୍କର ଜଣେ ଯୁବକଙ୍କ ସହିତ ପରିଚୟ ହୋଇଥିଲା। ଦୁହେଁ କିଛିଦିନ ଧରି କଥାବାର୍ତ୍ତା ହୋଇଥିଲେ। ଏହାପରେ ଦିନେ ଉକ୍ତ ଯୁବକ ଏକ ଜନ୍ମଦିନ ଭୋଜିକୁ ଯୁବତୀଙ୍କୁ ନିମନ୍ତ୍ରଣ କରିଥିଲେ। ଯୁବକଙ୍କ କଥା ରଖିବାକୁ ଯାଇ ଯୁବତୀ ବି ସେଠାରେ ପହଁଞ୍ଚି ଥିଲେ। ସେଠାରେ ଯୁବକଙ୍କ ଅନ୍ୟ ଜଣେ ସାଥୀ ବି ଉପସ୍ଥିତ ଥିଲେ। କେକ୍‌ ଦେବା ବାହାନରେ ଉଭୟ ସେଥିରେ ନିଶାଦ୍ରବ୍ୟ ମିଶାଇ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ। ଯୁବତୀ କେକ୍‌ ଖାଇବା ପରେ ଅଚେତ ହୋଇପଡ଼ିଥିଲେ। ତା’ପରେ ତାଙ୍କ ସହ କ’ଣ ହୋଇଛି ସେ ଜାଣି ପାରି ନଥିଲେ। ଚେତା ଆସିଲା ପରେ ତାଙ୍କ ଶରୀରରେ ପୋଷାକ ନଥିଲା, ସେ କୋଠରିରେ ଏକୁଟିଆ ଥିଲେ। ତକିଆ ତଳୁ ସେ ୫୦୦ଟଙ୍କା ପାଇଥିଲେ ବୋଲି ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଦୁଷ୍କର୍ମକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ମହିଳାଙ୍କ ଅଭିଯୋଗକ୍ରମେ ପୁଲିସ ଅନୁସନ୍ଧାନ ଚଳାଇ ଜଣଙ୍କ ପରିଚୟ ପାଇଛି। ଯାହାଙ୍କ ନାମରେ ପୂର୍ବରୁ ବି ଏଭଳି ମହିଳାଙ୍କୁ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରିଥିବାର ମାମଲା ରୁଜୁ ହୋଇଥିଲା ବୋଲି ଜଣାପଡ଼ିଛି। ଖୁବ୍‌ ଶୀଘ୍ର ଦୁଷ୍କର୍ମକାରୀଙ୍କୁ ଗିରଫ କରିବା ତଦନ୍ତ ଆରମ୍ଭ କରି ଦେଇଛି ପୁଲିସ।

ସମ୍ବନ୍ଧିତ ଖବର