ବାଇକରେ ଚଢ଼ି ଷ୍ଟଣ୍ଟ ଦେଖାଉଥିବା ବେଳେ ଖସିଗଲା ବାଳକର ଗୋଡ଼, ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ଆଜିକାଲିର ପିଲାମାନେ ଗାଡ଼ି ଖଣ୍ଡେ ପାଇଗଲେ ଷ୍ଟଣ୍ଟ ଦେଖାଇବା ଆରମ୍ଭ କରି ଦେଇଥାଆନ୍ତି। ଆଉ ଏହାର ଦୃଶ୍ୟକୁ କ୍ୟାମେରାରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି। ନିକଟରେ ଦୁଇଜଣ ପିଲା ଷ୍ଟଣ୍ଟ ଦେଖାଉଥିବାର ଏକ ଭିଡିଓ ଦେଖିବାକୁ ମିଳୁଛି। ଷ୍ଟଣ୍ଟ ଦେଖାଉଥିବା ବେଳେ ଦୁଇ ବାଳକଙ୍କ ସହ ଯାହା ଘଟିଥିଲା, ଆପଣ ବି ଦେଖିଲେ କିଛି ସମୟ ପାଇଁ ଇଏ କ’ଣ ହେଲା ବୋଲି କହି ଆଖି ବୁଜି ଦେବେ।

ବାଳକଙ୍କ ଷ୍ଟଣ୍ଟ ଭିଡିଓକୁ ଆଇପିଏସ ଅଫିସର ଦୀପାଂଶୁ କାବ୍ରା ସେୟାର କରିଛନ୍ତି। ଏହି ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି, ଜୀବନ ପୁଣି ଥରେ ମିଳିବ ନାହିଁ। ଏହାକୁ ମୁର୍ଖତା କରି ହରାନ୍ତୁ ନାହିଁ।

ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କି କିଭଳି ଦୁଇଜଣ ବାଳକ ଦ୍ରୁତଗତିରେ ଯାଉଥିବା ବାଇକରେ ଷ୍ଟଣ୍ଟ କରୁଛନ୍ତି। ଜଣେ ବାଳକ ବାଇକ ଚଲାଉଥିବା ବେଳେ ଆଉ ଜ‌ଣେ ନିଜ ହାତକୁ ପବନରେ ହଲାଇବା ସହିତ ପଛ ସିଟରେ ଛିଡ଼ା ହୋଇଛି। ବାଇକଟି କିଛି ବାଟ ଗଲା ପରେ ବାଳକର ଗୋଡ଼ ଖସି ଯାଉଛି। ଆଉ ସେ ତଳେ ପଡ଼ି ଯାଉଛି।

ସେହିପରି ବାଇକ ଚଲାଉଥିବା ଅନ୍ୟ ଜଣେ ବାଳକ ବି କିଛି ଦୂରରେ ଯାଇ ବାଇକ ସହ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇ ବାଳକ ଗୁରୁତର ଭାବେ ଆହତ ହୋଇଥିବା ଅନୁମାନ କରାଯାଉଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ପିଲାଙ୍କୁ ଷ୍ଟଣ୍ଟରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର