ଦୁଇଭାଇ ନିଜର ୪ ଶିଶୁଙ୍କୁ ହତ୍ୟା କରି ନିଜେ କଲେ ଆତ୍ମହତ୍ୟା !

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୁଲିସ ଗୋଟିଏ ଘରୁ ଦୁଇଭାଇଙ୍କ ସମେତ ଚାରିଜଣ ଶିଶୁଙ୍କ ମୃତଦେହକୁ ଜବତ କରିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାଥମିକ ତଦନ୍ତରୁ ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା  ଆଶଙ୍କା କରୁଥିବା ବେଳେ ତଦନ୍ତ ଜାରି ରଖିଛି। ୬ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Six of a family commit suicide, including 4 kids
Ahmedabad Mirror

ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ଅହମ୍ମଦାବାଦର ଭାଟଓ୍ଵା ଅଞ୍ଚଳରେ ଘଟିଛି। ଭିଞ୍ଜୋଲ ଅଞ୍ଚଳରେ ପ୍ରୟୋସା ଆପାର୍ଟମେଣ୍ଟରେ ଗୋଟିଏ ପରିବାରର ଛଅ ଜଣଙ୍କ ମୃତଦେହକୁ ଗୁରୁବାର ପୁଲିସ ଜବତ କରିଥିଲା। ମୃତକ ଦୁଇଭାଇଙ୍କ ପରିଚୟ ଗୌରାଙ୍ଗ ପଟେଲ(୪୦) ଏବଂ ତାଙ୍କ ଭାଇ ଅମରିଶ ପଟେଲ(୪୨) ବୋଲି ଜଣାପଡ଼ିଥିବା ବେଳେ ମୃତ ୪ଜଣ ପିଲାଙ୍କ ନାମ ସହିତ ମୟୂର(୧୨), କୀର୍ତ୍ତି(୭), ଧ୍ରୁବ(୧୨) ଓ ସାନଭି(୭)।

ସୂଚନାଯୋଗ୍ୟ, ଦୁଇ ଭାଇ ଗୌରାଙ୍ଗ ପଟେଲ ଓ ଅମରିଶ ପଟେଲ କପଡା ଦୋକାନରେ କାମ କରୁଥିଲେ। ଜୁନ୍‌ ୧୭ରେ ଦୁଇ ଭାଇ ପିଲାଙ୍କୁ କାରରେ ବାହାରକୁ ବୁଲାଇ ନେଇଥିଲେ। ଏହା ପରେ ସେମାନେ ସେହି ଅଞ୍ଚଳରେ ନିଜର ଆଉ ଏକ ଘରେ ପହଞ୍ଚିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଗୌରାଙ୍ଗ ପଟେଲ ଓ ଅମରିଶ ପଟେଲ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜିବା ଆରମ୍ଭ କରିଥିଲେ। ଖୋଜି ଖୋଜି ଶେଷରେ ପରିବାର ଲୋକ ପ୍ରୟୋସା ଆପାର୍ଟମେଣ୍ଟରେ ପହଞ୍ଚିଥିଲେ।  ଯେତେ ଡାକିଲେ କି କବାଟ ବାଡେଇଲେ ମଧ୍ୟ କେହି ଖୋଲି ନ ଥିଲେ।

Ahmedabad: Two brothers kill their four children, commit suicide ...

ଏହା ପରେ ପୁଲିସକୁ ଏହି ଘଟଣା ସମ୍ପର୍କରେ ଦୁଇଭାଇଙ୍କ ପରିବାର ଲୋକ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ୍‌ ଖୋଲିବାରୁ ଘର ଭିତରେ ୬ଜଣ ମୃତଦେହ ପଡ଼ି ରହିଥିଲା। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ପୁଲିସ ମୃତଦେହ ଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର