ଦୁଇ ଭାଇ ମିଶି ଛଅମାସରେ କରିଥିଲେ ୧୦୫କୋଟି ଟଙ୍କାର ସୁନା ଚାଲାଣ

ପାକିସ୍ତାନଠାରୁ ଦୁବାଇ ପର୍ଯ୍ୟନ୍ତ ଲମ୍ବିଥିଲା ଚେର

ନୂଆଦିଲ୍ଲୀ: ଚୁନା ଚାଲାଣର ଏକ ବଡ଼ ର‍୍ୟାକେଟର ପର୍ଦ୍ଦାଫାସ ହୋଇଛି। ଗୁଜୁରାଟର ଦୁଇ ବ୍ୟବସାୟୀ ଭାଇ ମିଶି ଛଅମାସ ମଧ୍ୟରେ ୩୫୦କିଲୋର ସୁନା ଚାଲାଣ କରିଥିଲେ। ଏହାରର ପାଖାପାଖି ମୂଲ୍ୟ ୧୦୫କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଡିଆରଆଇ ଦୁଇ ଭାଇଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ସୁନା କିଣୁଥିବା ସୁନାରିଙ୍କ ସୂଚନା ପାଇଁ ପଚରାଉଚରା ଜାରି ରଖିଛି। ଏହି ଦୁଇଭାଇଙ୍କ ସୁନା ଚାଲାଣର ନେଟଓ୍ଵାର୍କ ଦୁବାଇଠାରୁ ଆରମ୍ଭ କରି ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବି ଥିଲା ବୋଲି ସୂଚନ ମିଳିଛି।

ସୂଚନାଯୋଗ୍ୟ, ରାଜକୋଟରେ ବସବାସ କରୁଥିବା ମିଲନ୍‌ ପଟେଲ ଦୁବାଇ ମେଟ୍ରୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଜୁଏଲରିରେ ପାଟର୍ନରସିପ୍‌ ଥିଲେ। ଗ୍ରାହକଙ୍କ ଚାହିଦାକୁ ଦେଖି ସୁନା ଚାଲାଣ କରିବାର ଯୋଜନା କରିଥିଲେ। ଯାଞ୍ଚ ଅଧିକାରୀଙ୍କ କହିବାନୁସାରେ, ମିଲନ୍‌ ଭାଇ ଗୌତମଙ୍କ ସାହାଯ୍ୟରେ ସୁନାକୁ ତରଳାଇବା ଆରମ୍ଭ କରିଥିଲେ। ଏହାପରେ ସୁନା ଚାଲାଣ କାରବାର କରିଥିଲେ। ଏଥିପାଇଁ ଦୁହେଁ ମିଶି ଜଣେ କାଗିଗରକୁ ଏଥିପାଇଁ ନିୟୋଜିତ ମଧ୍ୟ କରିଥିଲେ। ଗୌତମ ଇଣ୍ଡକ୍‌ସନ୍‌ ଫର୍ନସ୍‌ ବନାଇବାର କମା କରୁଥିଲା। ଦୁଇଭାଇ ଆରମ୍ଭରେ ତମ୍ବା ଚାଲଣ କାରବାର କରୁଥିଲେ। ପରେପରେ ଆଫ୍ରିକା ଦେଶରୁ ସୁନା କିଣି ତାହାକୁ ଦୁବାଇରେ ତରଳାଇଲେ। କିଛିଦିନ ଏହି କାରବାର ଚଳାଇବା ପରେ ଦୁବାଇରୁ ସୁନା ମ୍ୟାସିନ୍‌କୁ ଛୁପାଇ ଭାରତକୁ ନେଇ ଆସିଥିଲେ। ମିଲନ୍‌ ଓ ଗୌତମ ଡିସେମ୍ବର ୧୬ରେ ୩୫କିଲୋ ଓ ଡିସେମ୍ବର ୨୦ରେ ୪୯କିଲୋ ସୁନା ଚାଲାଣ କରିଥିଲେ।

ସୁନା ଚାଲାଣର ନେଟଓ୍ଵାର୍କ ପାକିସ୍ତାନ ପର୍ଯ୍ୟନ୍ତ ବିଛେଇ ହୋଇ ଥିଲା। ଦୁଇବାଇରେ ରହୁଥିବା ମହମ୍ମଦ ହନିଫ ସୁନାକୁ ଲୁଚାଇବାରେ ଦୁଇଭାଙ୍କ ସାହାଯ୍ୟ କରୁଥିଲେ। ଏଥିପାଇଁ ମହମ୍ମଦ ହନିଫଙ୍କୁ ପ୍ରତିକିଲୋ ସୁନା ପିଛା ୨୧,୦୦୦ଟଙ୍କା ଦିଆଯାଉଥିଲା। ଏକ କିଲୋ ସୁନା ଚାଲାଣରେ ୧.୩ ଲକ୍ଷ ଟଙ୍କାର ଲାଭ ହେଉଥିଲା। ମିଲନ୍‌ ଓ ଗୌତମ ଅନେକ ଅଳଙ୍କାର ବ୍ୟବସାୟୀଙ୍କୁ ସୁନା ଚାଲାଣ କରିଥାଆନ୍ତି।

ଅଧିକାରୀଙ୍କ କହିବାନୁସାରେ, ରାଜକୋଟ, ଅହମ୍ମଦାବାଦ ଓ ଜାମନଗରରୁ ସୁନାରି ଏହି ଦୁଇ ଭାଇଙ୍କଠାରୁ ସୁନା କିଣି ନେଉଥିଲେ। ଡିଆରଆଇ ଏହି ସୁନାରିମାନଙ୍କ ଅନୁସନ୍ଧାନ କରିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସୁନା ଚାଲଣରେ ରାଜୁ ନାମକ ଜଣେ ବ୍ୟକ୍ତିର ବି ଭୂମିକା ରହିଛି। ଦୁଇ ଭାଇ ମୁମ୍ବାଇରେ ବି ସୁନା ଚାଲାଣ କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର