କ୍ଲାସ୍‌ମେଟ୍‌ ଠାରୁ ୩ ଲକ୍ଷ ଟଙ୍କା ବଟି ଆଦାୟ କଲେ ୯ମ ଶ୍ରେଣୀର ଦୁଇ ଛାତ୍ର

ନଓ୍ଵି ମୁମ୍ବାଇ: ଜଣେ କ୍ଲାସ୍‌ମେଟ୍‌ ଠାରୁ ବଟି ଆଦାୟ କରିଥିବା ଅଭିଯୋଗରେ କାମୋଥ୍‌ର ଗୋଟିଏ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଦୁଇ ଜଣ ନବମ ଶ୍ରେଣୀ ଛାତ୍ରଙ୍କୁ ପୁଲିସ ବୁକ୍‌ କରିଛି। ତାକୁ ଓ ତା’ର ପିତାମାତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇ ଗତ ୧୮ ମାସ ମଧ୍ୟରେ ସେ କ୍ଲାସ୍‌ମେଟ୍‌ ଠାରୁ ସେମାନେ ପ୍ରାୟ ୩ ଲକ୍ଷ ଟଙ୍କା ଓ ମୂଲ୍ୟବାନ ଜିନିଷ ହଡ଼ପ କରିଛନ୍ତି। ସେମାନେ ତାକୁ କହିଥିଲେ କି, ତାଙ୍କର ଜଣେ ସମ୍ପର୍କୀୟ ଭାଇର ଗୁଣ୍ଡାମାନଙ୍କ ସହ ପରିଚୟ ରହିଛି ଏବଂ ତାଙ୍କ ପାଖରେ ଚାପଡ଼ ଓ ଖଣ୍ଡା ଅଛି। ଅଭିଯୁକ୍ତ ଛାତ୍ରମାନେ ନାବାଳକ ହୋଇଥିଲା ବେଳେ ସମ୍ପର୍କୀୟ ଭାଇ ସାବାଳକ।

ଦ୍ରୁତ ଓଜନହ୍ରାସ ଯୋଗୁଁ ୧୫ ବର୍ଷିୟ ପୀଡ଼ିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କାଲାମ୍ପୋଲି ଡାକ୍ତରଖାନାକୁ ନିଆ ଯିବା ପରେ ତା’ ପାଖକୁ ଆସିଥିବା ଫୋନ୍‌ କଲ୍‌କୁ ତା’ର ମାଆ ଆଟେଣ୍ଡ୍‌ କରିବାରୁ ପ୍ରକୃତ କଥା ଜଣାପଡ଼ିଥିଲା। ଫୋନ୍‌ରେ ଅନ୍ୟତମ ଅଭିଯୁକ୍ତ କହୁଥିଲେ, ‘କାମ ହେଇ ଗଲା ତ?’ କିଏ ବୋଲି ପଚାରିବାରୁ ଅଭିଯୁକ୍ତ କହିଥିଲେ କି, ସେ ତାଙ୍କ ପୁଅର ସାଙ୍ଗ।

ଏ ସଂକ୍ରାନ୍ତରେ ପଚରା ଯିବାରୁ ପୁଅ କଥା ଆଡ଼େଇ ଦେଇଥିଲା। ପରିବହନ ବ୍ୟବସାୟ କରୁଥିବା ପୀଡ଼ିତଙ୍କ ପରଦିନ ଦେଖିଲେ ଘରୁ ନଗଦ ଟଙ୍କା ନାହିଁ। ପଚାରିବାରୁ ପୁଅ କହିଲା ଜଳଖିଆ ଖାଇ ଖର୍ଚ୍ଚ କରି ଦେଇଛି। ତା’କଥାକୁ ବିଶ୍ୱାସ ନ କରି ବାପା ତାକୁ ଦୋକାନକୁ ନେଇ ମୁକାବିଲା କରାଇବାକୁ ଦୋକାନୀ ମନା କଲେ। ଏଥର ବାପା ଥାନାକୁ ନେବାକୁ ଧମକ ଦେବାରୁ ସେ କହିଲା କି, ମାଆଙ୍କୁ ସବୁ କଥା କହିବ, ଏବଂ କହିଲା ମଧ୍ୟ।

ବାପା ପ୍ରିନ୍‌ସିପାଲ୍‌ଙ୍କୁ ଭେଟି ସବୁ କଥା କହିଲେ। ପିଲାଟି କହିଲା କି, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଗତ ୧୦ ଦିନ ମଧ୍ୟରେ ତା’ ଠାରୁ ୭୦ ହଜାର ଟଙ୍କା ନେଇଛି। ପ୍ରିନ୍‌ସିପାଲ୍‌ ଅଭିଯୁକ୍ତମାନଙ୍କ ପିତାମାତାଙ୍କୁ ଡକାଇ ଏ କଥା ପଚାରିବାରୁ ସେମାନେ ପରିବହନ ବ୍ୟବସାୟୀଙ୍କୁ ଧମକ ଦେଲେ। ଶେଷରେ ସେ ମଙ୍ଗଳବାର ଦିନ ଥାନାରେ ଏତଲା ଦେଲେ।

ସେଥିରେ ସେ ଉଲ୍ଲେଖ କରିଛନ୍ତି କି, ୨୦୧୮ ଜାନୁଆରି ରୁ ୨୦୧୯ ଜୁନ୍‌ ମଧ୍ୟରେ ଅଭିଯୁକ୍ତମାନେ ନଗଦ ୨. ୫ ଲକ୍ଷ ଟଙ୍କା ୩୦ ହଜାର ଟଙ୍କାର ସୁନା ଚେନ ଓ ୧୦ ହଜାର ଟଙ୍କାର ମୋବାଇଲ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର