ଜଣେ ପ୍ରେମିକ ପାଇଁ ୩୮ଟି ମୋବାଇଲ୍‌ ଫୋନ୍‌ କାହିଁକି ଚୋରି କଲେ ଦୁଇ ଜଣ କଲେଜ ଝିଅ

ମୁମ୍ବାଇ: ଗତ ଦୁଇ ମାସ ମଧ୍ୟରେ େଓ୍ଵଷ୍ଟର୍ଣ୍ଣ ରେଲ୍‌େଓ୍ଵର ଲୋକାଲ୍‌ ଟ୍ରେନ୍‌ର ମହିଳା କମ୍ପାର୍ଟମେଣ୍ଟ୍‌ରୁ ପ୍ରାୟ ୩୮ଟି ମୋବାଇଲ୍‌ ଫୋନ୍‌ ଚୋରି କରିଥିବା ଦୁଇ ଜଣ କଲେଜ ଝିଅ ନିକଟରେ ଗିରଫ ହୋଇଛନ୍ତି।

ରେଳବାଇ କ୍ରାଇମ୍‌ବ୍ରାଞ୍ଚ୍‌ କହିଛି ଯେ ୨୦ ବର୍ଷୀୟ ଟୁଇଙ୍କଲ୍‌ ସୋନି ଏବଂ ୧୯ ବର୍ଷୀୟ ତିନାଲ୍‌ ପାରାମର ଦୁହେଁ ଚୋରା ଫୋନ୍‌ରୁ ଉପାର୍ଜିତ ଅର୍ଥ ହୃଷି ସିଂହଙ୍କ ପିଛେ ଖର୍ଚ୍ଚ କରୁଥିଲେ। କୁହାଯାଉଛି ଉଭୟ ହୃଷିଙ୍କୁ ପ୍ରେମ କରନ୍ତି। ସେମାନଙ୍କ ନିକଟରୁ ପ୍ରାୟ ତିନି ଲକ୍ଷ ଟଙ୍କାର ଫୋନ୍‌ କିଣିଥିବା ୨୮ ବର୍ଷିୟ ରାହୁଳ ରାଜପୁରୋହିତ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ବୋରିବ୍‌ଲି ଷ୍ଟେସନ୍‌ରେ କେତେଗୁଡ଼ିଏ ଫୋନ୍‌ ଚୋରି ମାମଲା ଦାଏର ହେବା ପରେ ପଶ୍ଚିମ ରେଳବାଇର ଡିସିପି ଗୋଟିଏ ଟିମ୍‌ ଗଠନ କଲେ। ଅଧିକାଂଶ ଚୋରି ବୋରିଭଲି ଏବଂ ସାନ୍ତାକ୍ରୁଜ୍‌ ଷ୍ଟେସନ୍‌ ମଧ୍ୟରେ ଘଟିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ଯେ ଖୋଜାପଡ଼ିଥିବା ଅଭିଯୁକ୍ତ ସିଂହଙ୍କୁ ଦୁଇ କଲେଜ ଝିଅ ପ୍ରେମ କରନ୍ତି। ସେମାନେ କହୁଛନ୍ତି ଯେ ତୁରନ୍ତ ଅର୍ଥ ସଂଗ୍ରହ କରି ତାହାକୁ ସିଂହଙ୍କ ପିଛେ ଖର୍ଚ କରିବା ପାଇଁ ସେମାନେ ମୋବାଇଲ୍‌ ଚୋରି କରୁଥିଲେ।

ଅଭିଯୋଗ ଆଧାରରେ, ସାଦା ପୋଷାକ ପିନ୍ଧି ଅଳ୍ପ କେତେକ ମହିଳା ପୁଲିସ ମେ ୩୦ ତାରିଖ ଦିନ ଖାଣ୍ଡଓ୍ଵିରେ ଏକ ଟ୍ରେନ୍‌ ଚଢ଼ି ସେମାନଙ୍କୁ ଧରିଥିଲେ। ରାତି ପ୍ରାୟ ୧ଟା ବେଳେ ଫୋନ୍‌ ଚୋରି କରୁଥିବା ବେଳେ ପୁଲିସ ସୋନିକୁ ଧରିଲେ। ତା’ଠାରୁ ତଥ୍ୟ ପାଇ ଧରାଗଲା ପାରମର ଓ ତାଙ୍କ ପ୍ରେମିକ ଠାରୁ ଫୋନ୍‌ କିଣୁଥିବା ବ୍ୟକ୍ତିଙ୍କୁ ଧରାଗଲା।

ସୋନି ଜଣେ ଆର୍କିଟେକ୍ଟ୍‌ ଛାତ୍ରୀ ପାରମର ଡିଗ୍ରି କଲେଜରେ ପ୍ରଥମ ବାର୍ଷିକୀ ଛାତ୍ରୀ। ଉଭୟ ସନ୍ଧ୍ୟାବେଳେ ସିଂହଙ୍କୁ ଭେଟନ୍ତି ଏବଂ ସେ ଚୋରି ମୋବାଇଲ୍‌ ସବୁ ବିକ୍ରୟ କରିବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କରେ।

କଲେଜ ଯିବା ବାଟରେ ସେ ଝିଅମାନେ ଟ୍ରେନ୍‌ରୁ ମୋବାଇଲ୍‌ ଚୋରି କରନ୍ତି। ସୋନି ବ୍ୟାଗ୍‌ରୁ ପ୍ରାୟ ୯ଟି ଫୋନ୍‌ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ସର୍ବମୋଟ ୩୮ଟି ଫୋନ୍‌ ଓ ୩୦ଟି ମେମୋରି କାର୍ଡ ମିଳିଛି।

ସେମାନଙ୍କୁ ଜୁନ୍‌ ୮ ତାରିଖ ଯାଏଁ ପୁଲିସ କଷ୍ଟଡିରେ ରହିବାକୁ ରିମାଣ୍ଡ୍‌ରେ ଅଣାଯାଇଛି।

ସମ୍ବନ୍ଧିତ ଖବର