ଭାଇରାଲ ହୋଇଥିବା ଭିଡିଓରେ ଦେଖନ୍ତୁ, କିଭଳି ରୋଗୀଙ୍କୁ ଅସ୍ତ୍ରୋପଚାର କରୁଥିବା ସମୟରେ ଝଗଡ଼ା କରୁଛନ୍ତି ଦୁଇଜଣ ଡାକ୍ତର

ନୂଆଦିଲ୍ଲୀ: ଲୋକମାନେ ଡାକ୍ତରମାନଙ୍କୁ ଭଗବାନଙ୍କ ଦ୍ବିତୀୟ ରୂପ ଭାବରେ ବିବେଚନା କରନ୍ତି, କାରଣ ସେମାନେ ବିଶ୍ବାସ କରନ୍ତି ଭଗବାନଙ୍କ ପରେ ଡାକ୍ତର ହିଁ ମଣିଷକୁ ବଞ୍ଚାଇ ପାରିଥାଏ। କିନ୍ତୁ ଯଦି ଡାକ୍ତରମାନେ ହିଁ ରୋଗୀଙ୍କୁ ଅବହେଳା କରିବେ, ତେବେ ଲୋକେ ଆଉ କାହା ଉପରେ ଭରସା କରିବେ? ଡାକ୍ତର ରୋଗୀଙ୍କ ପ୍ରତି ଅବହେଳା କରୁଥିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ବିଭାଗରେ ଡାକ୍ତରମାନେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର କରିଥାଆନ୍ତି। ଆଉ ସେଠାରେ ଉପସ୍ଥିତ ଥିବା ଅନ୍ୟ ଡାକ୍ତର ଓ ନର୍ସ ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କୁ ସାହାଯ୍ୟ କରନ୍ତି ବୋଲି ଆମେ ଜାଣିଛେ। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଓଲଟା ଘଟଣା ଦେଖିବାକୁ ମିଳୁଛି।

ଏଥିରେ ଦେଖିବାକୁ ମିଳୁଛି ରୋଗୀ ବିଛଣାରେ ଶୋଇଥିବା ବେଳେ, ଡାକ୍ତରଙ୍କ ସମେତ ସମଗ୍ର ଟିମ୍ ତାଙ୍କ ଚାରିପାଖରେ ଠିଆ ହୋଇଛନ୍ତି। ଡାକ୍ତର ଅପରେସନ୍ ଥିଏଟରରେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର କରୁଛନ୍ତି । ଏହି ସମୟରେ କୌଣସି କଥାକୁ ନେଇ ଦୁଇଜଣ ଡାକ୍ତରଙ୍କ ମଧ୍ୟରେ ଝଗଡ଼ା ଲାଗି ଯାଇଥିଲା। ଦୁଇଜଣ ଡାକ୍ତର ଝଗଡ଼ା ଲାଗୁଥିବା ସମୟରେ ରୋଗୀ ସେହିପରି ବିଛଣାରେ ଶୋଇଥିବା ଦେଖିବାକୁ ମିଳୁଛି।  ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ  ଉକ୍ତ ଦୃଶ୍ୟକୁ ମୋବାଇଲ୍ କ୍ୟାମେରା କୈଦ କରି ନେଇଥିଲେ।

 

ଏହି ଭିଡିଓ ଇନଷ୍ଟାଗ୍ରାମରେ rajkotmirrornews ଦ୍ୱାରା ସେୟାର କରାଯାଇଛି । ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏପରି ଭିଡିଓ ରେକର୍ଡିଂ ଏବଂ ପୋଷ୍ଟ କରିଥିବାରୁ କ୍ୟାମେରାମ୍ୟାନଙ୍କୁ ଧନ୍ୟବାଦ। ଏପରି କାମ କରିଥିବା ଡାକ୍ତରମାନଙ୍କୁ  ଚାକିରିରୁ ନିଲମ୍ବନ କରାଯିବା ଉଚିତ।” ତେବେ, ଏହି ଭାଇରାଲ୍ ଭିଡିଓ କେଉଁଠୁ ଆସିଛି, ଏହି ଘଟଣା କେବେ ଘଟିଛି ସେ ନେଇ ସବିଶେଷ ସୂଚନା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା।

ସମ୍ବନ୍ଧିତ ଖବର