ଦୁଇ ପରିବାର ମଧ୍ୟରେ ମାରପିଟ୍‌, ୨ ଗିରଫ

ଭୁବନେଶ୍ୱର: ଉଧାର ଟଙ୍କାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ୍‌। ଏଭଳି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଉଭୟ ପକ୍ଷର ୨ଜଣକୁ ଗିରଫ କରିଛି। ସେମାନେ ହେଲେ ଗୋଟିଏ ପକ୍ଷର ବୁଲୁ ଗୁରୁ(୩୫) ଓ ଅନ୍ୟ ପକ୍ଷର ରାଜେନ୍ଦ୍ର ବାର୍ତିଆ(୩୪)। ଉଭୟଙ୍କ ଘର ସାଲିଆସାହି ବସ୍ତି ବିକାଶ ପରିଷଦ ଅଞ୍ଚଳରେ। ପୁଲିସ ସୂଚନା ଅନୁଯାୟୀ କିଛିଦିନ ତଳେ ବୁଲୁ ଅଟୋ କିଣିବା ପାଇଁ ପଡ଼ୋଶୀ କାଦମ୍ବିନୀ ବାର୍ତିଆଙ୍କଠାରୁ ୧ଲକ୍ଷ ୩୦ ହଜାର ଟଙ୍କା ଧାର ନେଇଥିଲା। ପରବର୍ତ୍ତୀ ସମୟରେ କାଦମ୍ବିନୀ ଟଙ୍କା ଫେରାଇବା ପାଇଁ ବୁଲୁକୁ କହିଥିଲେ। ମତ୍ରେ ସେ ଦିନ ଗଡ଼ାଇ ଚାଲିଥିଲା। ହେଲେ କାଦମ୍ବିନୀଙ୍କୁ ଟଙ୍କା ଫେରାଇ ନଥିଲା। ତେବେ ବୁଧବାର ରାତିରେ କାଦମ୍ବିନୀ ବୁଲୁ ଘରକୁ ଯାଇ ଟଙ୍କା ମାଗିଥିଲେ। ବୁଲୁ ଟଙ୍କା ଫେରାଇବା ବଦଳରେ ଗାଳିଗୁଲଜ କରିବା ସହ ମାରପିଟ୍‌ କରିଥିଲା। କାଦମ୍ବିନୀଙ୍କ ପାଟିଶୁଣି ତାଙ୍କ ସ୍ୱାମୀ ରାଜେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚିଥିଲା। ଫଳରେ ସେଠାରେ ଉଭୟ ପରିବାର ମଧ୍ୟରେ ମାରପିଟ୍‌ ହୋଇଥିଲା। ଏନେଇ କାଦମ୍ବିନୀ ବୁଲୁଙ୍କ ବିରୋଧରେ ଏକ ଅଭିଯୋଗ କରିଥିଲେ। ଅନ୍ୟପଟେ ବୁଲୁଙ୍କ ପତ୍ନୀ ପୁଷ୍ପା ମଧ୍ୟ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଅଭିଯୋଗ କରିଥିଲେ। ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ବୁଲୁ ଓ ରାଜେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର