ଭୟାନକ ଚଳଚ୍ଚିତ୍ର ଦେଖି ସହପାଠୀଙ୍କ ଗଳା କାଟି ରକ୍ତ ପିଇବାର ଯୋଜନା କରିଥିଲେ ୨ ସ୍କୁଲ୍ ଛାତ୍ରୀ ! ପୁଲିସ୍‌ ହାତରେ ଧରାପଡ଼ିଲେ

ବାର୍ତ୍ତୋ: ଅାମେରିକାର ଫ୍ଲୋରିଡାର ୨ ଜଣ ମାଧ୍ୟମିକ ସ୍କୁଲ୍‌ ଛାତ୍ରୀ ନିଜର କ୍ଲାସ୍‌ମେଟ୍‌ମାନଙ୍କୁ ହତ୍ୟା କରିବା ପାଇଁ ସ୍କୁଲ୍‌କୁ ଛୁରୀ ନେଇ ଯିବା ସହ ଯାହା ସବୁ କଳ୍ପନା କରି ହତ୍ୟା ଯୋଜନା କରିଛନ୍ତି ତାହା ଏବେ ସମସ୍ତଙ୍କୁ ଚକିତ କରିଛି। ସେ ଦୁହେଁ ଛୁରୀରେ ଅନ୍ୟ ପିଲାଙ୍କୁ ଆଘାତ ଦେଇ ଜୀବିତ ଅବସ୍ଥାରେ ଅନ୍ୟ ପିଲାଙ୍କ ରକ୍ତ ପିଇବାର ଚିନ୍ତା କରି ଏପରି ଯୋଜନା କରିଥିଲେ ବୋଲି ବୁଧବାର ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

ଉକ୍ତ ଦୁଇ ଝିଅଙ୍କ ବୟସ ୧୧ ରୁ ୧୨ ମଧ୍ୟରେ। ମଙ୍ଗଳବାର ପୁଲିସ୍‌ ଏହି ଦୁଇ ଝିଅଙ୍କୁ ବାର୍ତ୍ତୋ ମାଧ୍ୟମିକ ସ୍କୁଲ୍‌ରେ ଛୁରୀ ସହ ଧରିଥିଲା। ପୁଲିସ୍‌ ଗିରଫ କରିବା ପରେ ସୂଚନା ଦେଇଛି ଯେ କେହି ବି ଆଘାତ ପାଇନାହାନ୍ତି। ସେମାନେ କାହାର କ୍ଷତି କରିବା ପୂର୍ବରୁ ପୁଲିସ୍‌ ସେ ଦୁହିଁଙ୍କୁ ଗିରଫ କରିଛି। ଗିରଫ ପରେ ଏହି ଦୁଇ ନାବାଳିକାଙ୍କୁ ବାଳ ଅପରାଧ ଗୃହରେ ରଖାଯାଇଛି।

ପୁଲିସ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଦୁଇ ଜଣ ଅପେକ୍ଷା କରି ରହିଥିଲେ ଯେ କେହି ଦୁର୍ବଳ ପିଲା ଆସିଲେ ସେମାନେ ତାଙ୍କ ଗଳା କାଟି ରକ୍ତ ପିଇଥାନ୍ତେ ବୋଲି।

ଗବେଷକଙ୍କ କହିବା ଅନୁଯାୟୀ ଏହି ଦୁଇ ଜଣ ଛୁଟି ଦିନରେ ନିଜ ଘରେ ବସି ଏକ ଭୟାନକ ଚଳଚ୍ଚିତ୍ର ଦେଖିବା ପରେ ତାଙ୍କ ମୁଣ୍ଡରେ ଏପରି କଥା ଜୁଟିଥିଲା।

ସମ୍ବନ୍ଧିତ ଖବର