ପଶୁପ୍ରେମୀଙ୍କୁ ଆକ୍ରମଣ : ୨ଆହତ, ଥାନାରେ ମାମଲା

ବାଲିଅନ୍ତା : କିଛି ଦିନ ତଳେ ରାଜଧାନୀରେ ଏକ କୁକୁରକୁ ପିଟି ପିଟି ମାରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ବାଲିଅନ୍ତା ଥାନା ଅଧୀନ ପୂରଣଶାସନ ଗାଁରେ ଅନୁରୂପ ଘଟଣା ଘଟିଛି। ବିଜୟ ମଲ୍ଲିକ ନାମକ ଜଣେ ଯୁବକ ଗାଁ ଦାଣ୍ଡରେ ଏକ ବୁଲା କୁକୁରକୁ ଠେଙ୍ଗାରେ ପିଟିପିଟି ଦରମରା କରିଥିବା ଅଭିଯୋଗ ହୋଇଛି। କୁକୁରଟିର ଅଣ୍ଟା ଭାଙ୍ଗି ଯାଇଛି। ଖବର ପାଇ ଆନିମଲ୍‌ ୱେଲଫେୟାର ଟ୍ରଷ୍ଟର ଦୁଇଜଣ ସଦସ୍ୟ ଗ୍ରାମରେ ପହଞ୍ଚିଥିଲେ। ତେବେ ସେମାନଙ୍କୁ ଖବର ଦେଇଥିବା ଯୁବତୀ ତଥା ଉକ୍ତ ଗ୍ରାମର ବବିନା ମଲ୍ଲିକ ଓ ଟ୍ରଷ୍ଟର ସଦସ୍ୟ ସତ୍ୟମ ପୃଷ୍ଟିଙ୍କୁ ମଧ୍ୟ ବିଜୟ ଓ ତା’ର ୧୦/୧୨ଜଣ ସହଯୋଗୀ ସଂଘବଦ୍ଧ ଆକ୍ରମଣ କରି ଗୁରୁତର କରିଛନ୍ତି। ଉଭୟଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏ ସଂପର୍କରେ ଟ୍ରଷ୍ଟର ଅଧ୍ୟକ୍ଷ ପୂରବୀ ପାତ୍ର ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର