ନୂଆଦିଲ୍ଲୀ: ଜନୈକ ଅବସରପ୍ରାପ୍ତ ନ୍ୟାୟିକ ଅଧିକାରୀଙ୍କର ଝିଅକୁ ଟ୍ରେନ୍‌ରେ ଅସଦାଚରଣ କରିଥିବାରୁ ଏଟାଓ୍ଵାରୁ ସେନାରଦୁଇ ଜଣ ଯବାନଙ୍କୁ ଗିରଫ କରାଯାଇଛି । ନଭେମ୍ବର ୨୯ରେ ଯୁବତୀ ଜଣକ ଆହ୍ଲାବାଦ୍‌ରୁ ଦିଲ୍ଲୀ ଯାଉଥିବା ବେଳେ ଟ୍ରେନ୍‌ର ଏସ୍‌-୮ କୋଚରେ ଏହି ଘଟଣା ଘଟିଥିଲା ।

Advertisment

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ବିହାରର ପାଟ୍‌ନାରେ ପୋଷ୍ଟିଙ୍ଗ୍‌ ହୋଇଥିବା ସେନା କର୍ମୀ ଅମିତ୍‌ କୁମାର ରାଏ ଏବଂ ତପେଶ କୁମାର ଯୁବତୀଙ୍କୁ ଅସଦାଚରଣ କରିବା ସହିତୁ ଏହାର ବିରୋଧ କରିବାରୁ ତାଙ୍କୁ ମାଡ ମାରିଥିଲେ । ଯୁବତୀ ନିଜକୁ ବଞ୍ଚାଇବାକୁ ଯାଇ ଅଲାର୍ମ ବଜାଇବାରୁ ଅନ୍ୟ ଯାତ୍ରୀମାନେ ଆସି ତାଙ୍କୁ ବଞ୍ଚାଇଥିଲେ ।

ଯୁବତୀ କହନ୍ତି, “ମୁଁ ମଗଧ ଏକ୍ସପ୍ରେସରେ ଯାତ୍ରା କରୁଥିବା ବେଳେ ଦୁଇ ଜଣ ଯବାନ ଆସି ମୋତେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।” ଏନେଇ ସେ ଏଟାଓ୍ଵାରେ ଥିବା ସରକାରୀ ରେଳବାଇ ପୁଲିସକୁ ସୂଚନା ଦେଇଥିଲେ ।
ଏହା ପରେ ରେଳବାଇ ପୁଲିସ ଆଇପିସିର ଧାରା ୩୫୪ ୟ ଅନୁଯାୟୀ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଛି ।