୨ ଜୁଆଡ଼ି ଗିରଫ, ଟଙ୍କା ଓ ତାସ୍‌ ଜବତ

ଭୁବନେଶ୍ୱର : ଜୁଆ ଆଡ଼ାରେ ଚଢ଼ଉ କରି ଖାରବେଳନଗର ଥାନା ପୁଲିସ ୨ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ କିଛି ତାସ୍‌ ଓ ୬୬୦୦ଟଙ୍କା ଜବତ କରିଛି। ସେମାନେ ହେଲେ ୟୁନିଟ୍‌-୩ ମାଳିସାହି ମସ୍‌ଜିଦ୍‌ କଲୋନିର ଏସ୍‌କେ ସନ୍‌ଓ୍ଵାର(୨୫) ଓ ସଞ୍ଜୀବ ବେହେରା(୨୦)। ତେବେ ଘଟଣାସ୍ଥଳରୁ ଅନ୍ୟମାନେ ଖସିପଳାଇଥିଲେ।

ପୁଲିସ ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟା ସମୟରେ ମସ୍‌ଜିଦ୍‌ କଲୋନିର ଏକ ଘରେ ଜୁଆ ଖେଳ ଚାଲିଥିବା ଖାରବେଳନଗର ଥାନା ପୁଲିସ ଖବର ପାଇଥିଲା। ତୁରନ୍ତ ପୁଲିସର ଏକ ଟିମ୍‌ ସେଠାରେ ପହଞ୍ଚି ଚଢ଼ଉ କରିଥିଲା। ପୁଲିସକୁ ଦେଖି ଜୁଆଡ଼ିମାନେ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ସେଠାରୁ ୬୬୦୦ଟଙ୍କା ଜବତ କରିବା ସହ ୨ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା। ହେଲେ ଅନ୍ୟମାନେ ଘଟଣାସ୍ଥଳରୁ ଖସିପଳାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ୨ଜଣଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର