ଦୁଇ ଲୁଟେରା ଗିରଫ, ସୁନାଚେନ୍‌ ଜବତ

ବାଲିଅନ୍ତା: ଆଜି ପାହାଳ ଫାଣ୍ଡି ପୁଲିସ ଗତକାଲି ପାହାଳ ଛକ ପାଲହାଇଟ୍‌ସ ନିକଟରେ ଘଟିଥିବା ସୁନା ଚେନ୍‌ ଓ ଟଙ୍କା ଛିନ୍‌ତାଇ ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବଙ୍ଗୁଆରୀ ଗ୍ରାମର କୁନୁ ଓରଫ ନିରଞ୍ଜନ ପତି (୫୨ ) ଓ ପ୍ରକାଶ କୁମାର ସାହୁ (୪୨) । ଏଥିସହିତ ପୁଲିସ ଉଭୟଙ୍କଠାରୁ ଦୁଇ ଭରି ଓଜନର ସୁନାଚେନ୍‌ ଓ ୫ ହଜାର ଟଙ୍କା ମଧ୍ୟ ଜବତ କରିଛି। ଏ ସଂକ୍ରାନ୍ତରେ ନୀଳମଣି ଭୂୟାଁ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପାହଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତିଙ୍କ ସୂଚନାନୁସାରେ କୁନୁ ଓ ପ୍ରକାଶ ପାହଳ ଛକ ନିକଟରେ ଅରବିନ୍ଦ ହୋତାଙ୍କୁ ମାଡ଼ମାରି ତାଙ୍କ ବେକରୁ ଉପରୋକ୍ତ ସୁନାଚେନ୍‌ ଓ ଟଙ୍କା ଛଡ଼ାଇ ନେଇ ଫେରାର ହୋଇଯାଇଥିଲେ । ଆଜି ପୂର୍ବାହ୍ନରେ ଆଇଆଇସି ସୁଜିତ୍‌ ଦାସ ଓ ଫାଣ୍ଡି ଅଧିକାରୀ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ଦୁହିଁଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର