ଦାମୀ ମୋବାଇଲ୍‌ ଲୁଟୁଥିବା ଦୁଇ ଲୁଟେରା ଗିରଫ

ଚନ୍ଦ୍ରଶେଖରପୁର: ଧନୀକ ବ୍ୟକ୍ତି ଓ ଶିଳ୍ପପତିଙ୍କୁ ଟାର୍ଗେଟ୍‌ କରି ସେମାନଙ୍କ ଦାମୀ ମୋବାଇଲ୍‌ ଝାମ୍ପି ନେଉଥିବା ଦୁଇ ଜଣ ଲୁଟେରାଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ କାବୁ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ବାଲିସାହି ମୌଜାର ସଦର ଥାନାର ଅଧୀନ ତାଳପଦ ଗ୍ରାମର ନୀଳମାଧବ ସ୍ୱାଇଁ(୧୯) ଓ ଜନାର୍ଦନ ଦାସ(୨୦)। ବିଭିନ୍ନ ସମୟରେ ସେମାନେ ବାଇକ୍‌ରେ ଭୁବନେଶ୍ୱରକୁ ଆସି ବିଭିନ୍ନ ଦାମୀ କାରରୁ ଓହ୍ଲାଉଥିବା ବ୍ୟକ୍ତିଙ୍କ ହାତରୁ ଦାମୀ ମୋବାଇଲ୍‌ ଝାମ୍ପିନେଇ ଫେରାର୍‌ ହୋଇ ଯାଉଥିଲେ। କିଛି ଦିନ ପୂର୍ବେ ସେମାନେ ଶୈଳଶ୍ରୀବିହାର ଛକରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ନେଇଯିବା ପରେ ଏହାକୁ ଟ୍ରାକ୍‌ କରିଥିଲା ଏବଂ ସେମାନଙ୍କୁ କେନ୍ଦ୍ରାପଡ଼ାରୁ ଗିରଫ କରିଥିଲା। ସେମାନଙ୍କଠାରୁ ୪ଟି ଦାମୀ ମୋବାଇଲ୍‌ ଜବତ କରାଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର