ଭୁବନେଶ୍ବର: ଦୁଇ ଲୁଟେରାଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ୟୁନିଟ୍-୮ ନୀଳଟାଙ୍କି ବସ୍ତିର ସୁମନ୍ତ ବେହେରା ଓରଫ ରାଜା (୨୪) ଓ କଟକ ଖପୁରିଆ ଅଞ୍ଚଳର ସଞ୍ଜୟ ନାୟକ(୧୯)। ପୁଲିସ ସେମାନଙ୍କ ଠାରୁ ଗୋଟିଏ ବାଇକ୍ ଓ ୨ଟି ମୋବାଇଲ୍ ଜବତ କରିଛି। ପୁଲିସ ସୂଚନା ମୁତାବକ, ଗତ ୨୫ ତାରିଖ ସନ୍ଧ୍ୟାରେ ରାଜମହଲ ଓଭରବ୍ରିଜ୍ ନିକଟରୁ ଏହି ୨ ଅଭିଯୁକ୍ତ ଶକୁନ୍ତଳା ଓଝା ନାମକ ଜଣେ ମହିଳାଙ୍କ ମୋବାଇଲ୍ ଝାମ୍ପି ନେଇଥିଲେ।
୨ ଲୁଟେରା ଗିରଫ ବାଇକ୍, ମୋବାଇଲ୍ ଜବତ
/sambad/media/post_attachments/wp-content/uploads/2019/06/arrest-1553980511.jpg)