ଦୁଇ ଲୁଟେରା ଗିରଫ

ଖଣ୍ଡଗିରି : ଆଜି ଖଣ୍ଡଗିରି ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନୟାଗଡ଼ ଓଡ଼ଗାଁର ଫକୀରା ପ୍ରଧାନ(୨୧) ଓ ଶରଣକୁଳ ବିନାୟକପୁରର ବିକାଶ କୁମାର ସାହୁ ଓରଫ୍‌ ଗୁଡ଼ୁ (୨୨)। ପୁଲିସ ସେମାନଙ୍କଠାରୁ ଏକ ଚୋରା ଆପ୍‌ଲ କମ୍ପାନିର ଆଇ-ପ୍ୟାଡ୍‌ ଜବତ କରିଛି। ଗତ ୧୮ ତାରିଖ ରାତିରେ ଜାଗମରାରେ ରହୁଥିବା କୋଲକାତାର ଇଂଜିନିୟରିଂ ଛାତ୍ର ଚିନ୍ମୟ ସାମଲଙ୍କ ଘରୁ ଏହି ଆଇପ୍ୟାଡ୍‌ ଚୋରି ହୋଇଥିଲା। ଗତକାଲି ରାତିରେ ଫକୀରା ଓ ବିକାଶ ଏହି ଆଇପ୍ୟାଡ୍‌କୁ ଭୁବନେଶ୍ୱର ଏମ୍‌ସ ନିକଟସ୍ଥ ବଜାରରେ ଜଣଙ୍କୁ ବିକିବାକୁ ବସିଥିବାବେଳେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ଫକୀରା ଚୋରି ମାମଲାରେ ବହୁଥର ଗିରଫ ହୋଇଛି।

ସମ୍ବନ୍ଧିତ ଖବର