ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ନାବଳିକାକୁ ଦୁଷ୍କର୍ମ ଉଦ୍ୟମ, ଦୁଇ ନର୍ସିଂଷ୍ଟାଫ୍‌ ଗିରଫ

ଗୁରୁଗ୍ରାମ: ଗୁରୁଗ୍ରାମ ସେକ୍ଟର-୧୪ରେ ଥିବା ଏକ ଘରୋଇ ହସ୍‌ପିଟାଲରରେ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଦୁଇ ନର୍ସିଂଷ୍ଟାଫ୍‌କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି।

ଏଭଳି ଏକ ସଙ୍ଗୀନ ଅଭିଯୋଗ ଗୁରୁଗ୍ରାମସ୍ଥିତ ରାଜୀବନଗର ଅଞ୍ଚଳର ଶିବା ହସ୍‌ପିଟାଲରେ ଚକିତ୍ସାଧୀନ ଥିବା ଜଣେ ନାବାଳିକା ଆଣିଛନ୍ତି। ପୀଡିତା ମା’ଙ୍କ କହନ୍ତି, ମୋ ଝିଅ ସପ୍ଟ ଡ୍ରିଙ୍କ୍‌ ଭାବି ଇନ୍‌ସେକ୍‌ଟିସାଇଡ୍‌ ପିଇ ଦେଇଥିଲା। ଫଳରେ ଝିଅ ଅସୁସ୍ଥ ହୋଇପଡ଼ିଥିଲା। ତାକୁ ତୁରନ୍ତ ଶିବା ହସ୍‌ପିଟାଲର ଆଇସିୟୁରେ ଚିକିତ୍ସା ପାଇଁ ନଭେମ୍ବର ୧୬ ତାରିଖରେ ଭର୍ତ୍ତି କରାଇଥିଲୁ। ତେବେ ଝିଅ ଚକିତ୍ସା ପରେ ହାସ୍‌ପିଟାଲରୁ ଘରକୁ ଫେରିଥିଲା। ତା’ ପାଖକୁ ହସ୍‌ପିଟାଲର ଦୁଇଜଣ ଷ୍ଟାଫ୍‌ ବାରମ୍ବାର ଫୋନ୍‌ କରିଥିଲେ। ମୁଁ କିଛି ବୁଝି ପାରୁ ନଥିଲି। ଝିଅବି ଚିନ୍ତାରେ ରହୁଥିଲା। ବାରମ୍ବାର ଝିଅକୁ ପଚାରିବା ପରେ ସେ ସେଦିନର ଘଟଣା ସମ୍ପର୍କରେ କହିଥିଲା।

ଦ୍ୱାଦଶଶ୍ରେଣୀରେ ପଢ଼ୁଥିବା ୧୬ବର୍ଷର ପୀଡିତାଙ୍କ କହିବାନୁସାରେ, ସେ ଆଇସିୟୁରେ ଭର୍ତ୍ତି ଥିବା ସମୟରେ ଦୁଇଜଣ ନର୍ସିଂଷ୍ଟାଫ୍‌ ତାଙ୍କୁୁ ଅସଦାଚଣ କରିବା ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ପୀଡିତା ତାଙ୍କୁ ଏପରି କ’ଣ କରୁଛ ବୋଲି ଗାଳିଗୁଲଜ କରିବାରୁ ସେ ଅକ୍ସିଜେନ୍‌ ମାକ୍ସକୁ ବାହାର କରିଦେବା ପାଇଁ ବି ଧମକ ଦେଇଥିଲେ। ଏହି ସମୟରେ ମା’ ମୁଁ ଭର୍ତ୍ତି ଥିବା ବେଡ ପାଖକୁ ଚାଲି ଆସିବାକୁ ସେମାନେ ସେଠାରୁ ଚାଲି ଯାଇଥିଲେ।

ପୀଡିତାଙ୍କ ମା’ ଏ ନେଇ ପୁଲିସରେ ଅଭିଯୋଗ ଦେଇଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ଶିବା ହସ୍‌ପିଟାଲର ଦୁଇ ନର୍ସିଂଷ୍ଟାଫ୍‌ ରବିନ୍ଦ୍ର ଓ କୁଲଦୀପକୁ ଗିରଫ କରି କୋର୍ଟ ଚାଲଣ କରିଥିଲେ। ଦୁହିଁଙ୍କୁ ହସ୍‌ପିଟାଲ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବିତ କରିଦେଇଛନ୍ତି।

ସମ୍ବନ୍ଧିତ ଖବର