ମୁମ୍ବାଇ: ବେଆଇନ୍ ଭାବେ ୧. ୭ କୋଟି ଟଙ୍କା ମୂଲ୍ୟର ଅତି ଦୁର୍ଲଭ ‘ଆମ୍ବରଗ୍ରିସ୍’ (ତିମି ବାନ୍ତି) ବିକ୍ରୟ କରିବାକୁ ଉଦ୍ୟମ କରୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଘଟକୋପାର ପୁଲିସ ଗିରଫ କରିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଶନିବାର ଦିନ ପୁଲିସ ନାଗପୁର ବାସିନ୍ଦା ୫୩ ବର୍ଷିୟ ରାହୁଳ ତୁପାରେଙ୍କୁ ଗିରଫ କରିଥିଲେ। ସେ ଏକ କିଲୋରୁ ସାମାନ୍ୟ ଅଧିକ ତିମି ବାନ୍ତି ବିକ୍ରୟ କରିବାକୁ ସହରକୁ ଆସିଥିଲା।
/sambad/media/post_attachments/wp-content/uploads/2019/06/Ambergris-300x169.jpg)
ଜୋନ୍ ୭ର ପୁଲିସ ଡେପ୍ୟୁଟି କମିସନର୍ ଅଖିଳେଶକୁମାର ସିଂହ କହନ୍ତି: ଆମେ ତୁପାରେଙ୍କୁ ଧରିବା ବେଳେ ତାଙ୍କ ପାଖରେ ଅର୍ଦ୍ଧ-କଠିନ ପଥର ପରି ଏହି ମହମ ଥିଲା। ତାକୁ ପଚରାଉଚୁରା କରିବା ପରେ ପୁଲିସ ଗୁଜରାଟରୁ ସହରକୁ ଆସିଥିବା ଲଳିତ ବ୍ୟାସ ନାମକ ଜଣେ ୪୪ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି। ବ୍ୟାସ ହିଁ ତୁପାରେଙ୍କୁ ଏହି ବାନ୍ତି ଦେଇଥିଲା।
ସ୍ପର୍ମହେ୍ଵଲ୍ ଅନ୍ତଃନାଳୀ ମଧ୍ୟରେ କ୍ଷରଣ ହେଉଥିବା ରସରୁ ଏହି ମହଙ୍ଗା ମହମ ବା ଆମ୍ବରଗ୍ରିସ୍ ବା ତିମି ବାନ୍ତି ସୃଷ୍ଟି ହୋଇଥାଏ। କର୍କଟକ୍ରାନ୍ତୀୟ ସମୁଦ୍ରରେ ଭାସୁଥିବା ଏହି ମହମ ଅତର ତିଆରିରେ ବ୍ୟବହାର କରାଯାଏ।
ଏହାର ବାସ୍ନା ଆନନ୍ଦ ଦାୟକ ହୋଇଥିବାରୁ କେତେକ କମ୍ପାନି ଏହାକୁ ଅତରରେ ମିଶାଉଛନ୍ତି। ଜବତ ହୋଇଥିବା ତିମି ବାନ୍ତି ଅସଲି ବୋଲି ବିଶେଷଜ୍ଞମାନେ ପରୀକ୍ଷା କରି ଜାଣିପାରିଛନ୍ତି।
ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ତାହା ଜାଣିବାକୁ ପୁଲିସ ତଦନ୍ତ ଆରମ୍ଭ କରିବା ସହ ଗୁଜରାଟକୁ ଗୋଟାଏ ପୁଲିସ ଟିମ୍ ପଠାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/ambergris1.jpg)