ବସ୍‌ରେ ଯୁବତୀଙ୍କୁ ଗଣଦୁଷ୍କର୍ମ: ଜଣେ ଅଭିଯୁକ୍ତ ଗିରଫ, ଅନ୍ୟ ଜଣେ ‌ଫେରାର୍‌

ଖରଘର: ନବି ମୁମ୍ବାଇର ଖରଘରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦୁଇ ଜଣେ ବ୍ୟକ୍ତି ମିଶି ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ପାର୍କିଂ ହୋଇଥିବା ବସ୍‌ ମଧ୍ୟରେ ଦୁଷ୍କର୍ମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ବନ୍ଧୁ ଥିଲେ ବୋଲି ଜାଣିବାକୁ ମିଳିଛି। ଘଟଣାଟି ‌ଗତ ‌୩ ତାରିଖର ହୋଇଥିଲେ ବି ତାହା ଏବେ ଲୋକଲୋଚନକୁ ଆସିଛି।

୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗିରଫ ହୋଇଥିବା ବେଳେ ‌ଅନ୍ୟ ଜଣେ ଫେରାର୍‌ ହୋଇ ଯାଇଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ପୀଡ଼ିତା ଓ ଉଭୟ ଅଭିଯୁକ୍ତ ଖରଘରରେ ଥିବା ଗୋଟିଏ ବିଲ୍ଡିଂରେ ରହୁଥିଲେ। ଦୁଇ ଅଭିଯୁକ୍ତଙ୍କ ବୟସ ୧୯ ଓ ୨୨ ବର୍ଷ। ସେମାନଙ୍କ ମଧ୍ୟରୁ ଜଣେ ପିଜା ଡେଲିଭରି ବୟ ହୋଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର୍‌।

ପୀଡ଼ିତା ଯୁବତୀ ଜଣକ ପୁଲିସ୍‌ରେ ଅଭିଯୋଗ ଆଣି କହିଛନ୍ତି ଯେ ଫେବ୍ରୁଆରି ୩ ତାରିଖରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ବନ୍ଧୁ ତାଙ୍କୁ ଏକ ଉପହାର କିଣି ଦେବେ କହି ବାଇକ୍‌ରେ ବାହାରକୁ ନେଇକି ଯାଇଥିଲେ। ଅଧା ବାଟରେ ଅଭିଯୁକ୍ତ ଏକ ମଦ ଦୋକାନରେ ରହି ମଦ କିଣିବା ସହ ଯୁବତୀଙ୍କୁ ସେଠାରେ ପାର୍କ ହୋଇଥିବା ଏକ ବସ୍‌ ଭିତରକୁ ଯିବାକୁ କହିଥିଲେ।

ବସ୍‌ ମଧ୍ୟରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବଳପୂର୍ବରୁ ମଦ ପିଆଇଥିଲେ ବୋଲି ପୀଡ଼ିତା ଅଭିଯୋଗ ଆଣିଛନ୍ତି। ତାହାପରେ ୨ ଜଣ ଅଭିଯୁକ୍ତ ମିଶି ତାଙ୍କ ସହ ଦୁ‌ଷ୍କର୍ମ କରିବା ସହ ତାଙ୍କୁ ସେହି ବସ୍‌ ଭିତରେ ଛାଡ଼ି ପଳାଇଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର