କୁକୁର ଓ ବିଲେଇର ମାକ୍ସ ପିନ୍ଧି ୧୩କୋଟି ଟଙ୍କାର ଅଳଙ୍କାର ଚୋରି କରି ନେଇଗଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଭାରତର ଦକ୍ଷିଣ ରାଜ୍ୟ ତାମିଲନାଡୁର ତିରୁଚିରାପଲ୍ଲିରେ ଏକ ବଡ଼ ଗହଣା ଦୋକାନରୁ କୁକୁର ଓ ବିଲେଇର ମାକ୍ସ ପିନ୍ଧି ପାଖାପାଖି ୧୩କୋଟି ଟଙ୍କାର ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ଏହି ଚୋରି ଲଲିତା ଅଳଙ୍କାର ସୋ’ରୁମ୍‌ରେ ହୋଇଥିଲା। ଚୋର ସୋ’ ରୁମ୍‌ର କାନ୍ଥଭାଙ୍ଗି ଏହି ଚୋରି କରିଥିବା ଜଣାପଡ଼ିଛି। କୁକୁର ସେମାନଙ୍କ ଗିତିବିଧିକୁ ଯେପରି ଶୁଙ୍ଘି କରି ନଜାଣେ ସେଥିପାଇଁ ଲଙ୍କାଗୁଣ୍ଡ ପାଉଡର ପକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଆଶ୍ଚର୍ଯ୍ୟର କଥା ହେଉଛି, ଚୋର ସୋ’ରୁମ୍‌ରେ ଥିବା ୬ଜଣ ଚୌକିଦାରଙ୍କୁ ଚଖମା ଦେଇ ପାଖାପାଖି ୯୦ମିନିଟ ପର୍ଯ୍ୟନ୍ତ ଦୋକାନ ଭିତରେ ରହିଥିଲେ। ସୋ’ରୁମ୍‌ର ମାଲିକଙ୍କ କହିବାନୁସାରେ, ପାଖାପାଖି ୮୦୦ଟି ସୁନା ଓ ପ୍ଲାଟିନିୟମର ଗହଣାକୁ ଚୋର ଚୋରି କରି ନେଇ ଯାଇଛି।

ଏହି ଚୋରି ଘଟଣା ବିଷୟରେ ପୁଲିସକୁ ଖବର ମିଳିବା ପରେ ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା। ଏଥିରୁ ଜଣାପଡ଼ିଥିଲା କି, କୁକୁର ଓ ବିଲେଇଙ୍କ ମାକ୍ସ ପିନ୍ଧି ଦୁର୍ବୃତ୍ତ କାନ୍ଥକୁ ଡ୍ରିଲ କରିଥିଲେ। ଡ୍ରିଲ କରି କଣା କରିବା ପରେ ସେମାନେ ଦୋକାନ ଭିତରୁ ଏହି ଚୋରି କରିଥିଲେ।

ସମ୍ବନ୍ଧିତ ଖବର