ସପ୍ତାହକ ମଧ୍ୟରେ ହାଇଦ୍ରାବାଦ୍‌ର ନାମୀଦାମୀ ସ୍କୁଲରେ ଦୁଇ ୪ ବର୍ଷୀୟା ଛାତ୍ରୀ ଦୁଷ୍କର୍ମର ଶିକାର

ହାଇଦ୍ରାବାଦ୍‌ : ଏକ ସପ୍ତାହ ମଧ୍ୟରେ ହାଇଦ୍ରାବାଦ୍‌ର ନାମୀଦାମୀ ସ୍କୁଲରେ ଦୁଇ ଜଣ ୪ବର୍ଷିୟା ଛାତ୍ରୀ ଦୁଷ୍କର୍ମର ଶିକାର ହେବା ପରେ ଏବେ ହାଇଦ୍ରାବାଦ୍‌ରେ ଉତ୍ତେଜନା ସୃଷ୍ଟି ହୋଇଛି । କଡ଼ା ସୁରକ୍ଷାରେ ଥାଇ ମଧ୍ୟ ଶିଶୁମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେବାରୁ ସ୍କୁଲକୁ ବନ୍ଦ କରିବା ପାଇଁ ଲୋକମାନେ ଦାବି କରିଛନ୍ତି । ଶୁକ୍ରବାର ସଂନ୍ଧ୍ୟା ସମୟରେ ହାଇଦ୍ରାବାଦ୍‌ ପୁଲିସ ଅଜଣା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ସେପ୍ଟେମ୍ବର ୧୪ରେ ୪ ବର୍ଷିୟା ପୀଡ଼ିତା ସ୍କୁଲ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ । ଏ ନେଇ ପୀଡ଼ିତାଙ୍କ ବାପା ଶୁକ୍ରବାର ଗୋଲକଣ୍ଡା ପୁଲିସ ଷ୍ଟେସନରେ ତାଙ୍କ ଝିଅ ଦୁଷ୍କର୍ମର ଶିକାର ହେବା ସହ ସେ ଅଭିଯୁକ୍ତକୁ ଚିହ୍ନି ପାରୁ ନାହିଁ ବୋଲି ଅଭିଯୋଗ କରିଥିଲେ । ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଇଣ୍ଟରନ୍ୟାସ୍‌ନାଲ ସ୍କୁଲମାନଙ୍କରେ ଛାତ୍ରୀମାନଙ୍କୁ ସୁରକ୍ଷା ଦିଆ ଯାଉ ନଥିବାରୁ ସେ ସବୁକୁ ବନ୍ଦ କରି ଦିଆଯାଉ ବୋଲି ଦାବି କରିଛନ୍ତି ଆନ୍ଧ୍ରପ୍ରଦେଶର ବାଲ ଅଧିକାର ସଂଘର ଅଧ୍ୟକ୍ଷ ପି ଅଚ୍ୟୁତା ରାଓ ।

Outlook India

ଏହା ପୂର୍ବରୁ ଏଭଳି ସମାନ ମାମଲା ଋଜୁ କରିଥିଲା ଗୋଲକଣ୍ଡା ପୁଲିସ । ସ୍କୁଲର ସୁପରଭାଇଜର ୪ବର୍ଷର ଛାତ୍ରୀ ସହ ସ୍କୁଲ ପରିସରରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସ୍କୁଲରେ ଥିବା ଟଏଲେଟ୍‌କୁ ଚକୋଲେଟ୍‌ ଦେବା ବାହାନାରେ ଡ଼ାକି ସ୍କୁଲର ସୁପରଭାଇଜର ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର