୨ ମୋବାଇଲ୍‌ ଲୁଟେରା ଗିରଫ

ଖଣ୍ଡଗିରି : ରବିବାର ଖଣ୍ଡଗିରି ଥାନା ପୁଲିସ ୨ ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଫରେଷ୍ଟପାର୍କ ବସ୍ତିର ସନ୍ତୋଷ ରାଓ ଓରଫ୍‌ ସନ୍ତ(୨୦) ଓ ବରମୁଣ୍ଡା ଶବରସାହିର ସଚ୍ଚିଦାନନ୍ଦ ନାଏକ ଓରଫ୍‌ ବବୁଲ୍‌(୨୧)। ଗତ ୧୩ ତାରିଖ ସନ୍ଧ୍ୟା ସାଢ଼େ ୭ଟାବେଳେ ଏମାନେ ଜଗନ୍ନାଥବିହାର ଛକରୁ ସୌମ୍ୟା ମହାନ୍ତି ନାମକ ଜଣେ ଯୁବତୀଙ୍କ ମୋବାଇଲ୍‌ ଝାମ୍ପି ନେଇ ଫେରାର୍‌ ହୋଇଯାଇଥିଲେ। କିନ୍ତୁ ଯୁବତୀ ଜଣଙ୍କ ବାଇକ୍‌ ନମ୍ବର ଟିପି ରଖି ଖଣ୍ଡଗିରି ଥାନା ପୁଲିସକୁ ଜଣାଇଥିଲେ। ପୁଲିସ ଉକ୍ତ ବାଇକ୍‌ ନମ୍ବରକୁ ଯାଞ୍ଚ କରି ଅଭିଯୁକ୍ତଦ୍ୱୟଙ୍କୁ ଠାବ କରିଥିଲା। ସେମାନଙ୍କଠାରୁ ସୌମ୍ୟାଙ୍କ ମୋବାଇଲ୍‌ ଜବତ କରାଯାଇଛି। ଲୁଟ୍‌ ପାଇଁ ବ୍ୟବହାର କରୁଥିବା ୟାମାହା ବାଇକ୍‌କୁ ବି ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର