୨ ମୋବାଇଲ ଲୁଟେରା ଗିରଫ

ଭୁବନେଶ୍ୱର : ଆଜି ନୂଆପଲ୍ଲୀ ଥାନା ପୁଲିସ ୨ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସାଲିଆସାହିର ସୁବ୍ରତ ପ୍ରଧାନ ଓ ସଞ୍ଜୟ ପ୍ରଧାନ। ପୁଲିସ ଏମାନଙ୍କ ପାଖରୁ ଲୁଟ୍‌ ହୋଇଥିବା ୩ଟି ମୋବାଇଲ ଜବତ କରିଛି। ପୁଲିସ ସୂଚନାନୁଯାୟୀ ଏମୋନେ ନିଛାଟିଆ ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ମୋବାଇଲ ଲୁଟ୍‌ କରିଥାନ୍ତି। ପୁଲିସ ଏମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ ମଙ୍ଗଳବାର ରାତିରେ ଏମାନେ ଘରେ ଥିବା ଜାଣି ଚଢ଼ାଉ କରି ଦୁଇ ଲୁଟେରାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର