୨ ମୋବାଇଲ୍‌ ଫୋନ୍‌ ଲୁଟେରା ଗିରଫ

ଚନ୍ଦ୍ରଶେଖରପୁର: ଲୋକଙ୍କ ହାତରୁ ଚଳନ୍ତା ଗାଡ଼ିରେ କୌଶଳ କରି ମୋବାଇଲ୍‌ ଫୋନ୍‌ ଝାମ୍ପି ନେଉଥିବା ଗ୍ୟାଙ୍ଗ୍‌ର ଦୁଇ ଜଣ ପେସାଦାର ମୋବାଇଲ୍‌ ଲୁଟେରାକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ନୀଳାଦ୍ରିବିହାର ପଣ୍ଡାପାର୍କ ବସ୍ତିର ଦୁଃଖିଶ୍ୟାମ ନାୟକ(୨୦) ଓ କୈଳାସ ନାୟକ(୨୦)। ସେମାନଙ୍କଠାରୁ ପୁଲିସ ଚଢ଼ାଉବେଳେ ୮ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସୂଚନା ମୁତାବକ ଦୁହେଁ ଗତ କିଛି ମାସ ହେବ ପଟିଆ, ଡମଣା ଓ ଶୈଳଶ୍ରୀବିହାର ଅଞ୍ଚଳରୁ ଲୋକଙ୍କ ମୋବାଇଲ୍‌ ଫୋନ୍‌ ଓ ପର୍ସ ଲୁଟ୍‌ କରୁଥିଲେ। ଗତ ରବିବାର ଦିନ ସେ ଜଣେ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌ ଝାମ୍ପିନେବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ଆଜି ବସ୍ତିର ଏକ ଭଙ୍ଗାଘରୁ ଗିରଫ କରିଛି।

ସମ୍ବନ୍ଧିତ ଖବର