ଭୁବନେଶ୍ୱର : ମୋବାଇଲ୍ ଚୋରି ଅଭିଯୋଗରେ କମିସନରେଟ୍ ପୁଲିସ ୨ଜଣ ଚୋରକୁ ଗିରଫ କରିବା ସହ ୨ଟି ମୋବାଇଲ୍ ଫୋନ୍ ଜବତ କରିଛି। ନୂଆପଲ୍ଲୀ ଥାନା ପୁଲିସ ସୌମ୍ୟରଞ୍ଜନ ମହାପାତ୍ର(୨୦)କୁ ଗିରଫ କରିଥିବା ବେଳେ ମଞ୍ଚେଶ୍ୱର ଥାନା ପୁଲିସ ଧୋବା ଓରଫ ସଞ୍ଜୟ ବେହେରା(୨୭)କୁ ଗିରଫ କରିଛି। ସୌମ୍ୟରଞ୍ଜନର ଘର କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ହୋଇଥିବାବେଳେ ସେ ଏଠାରେ ସାଲିଆସାହି ମୈତ୍ରୀନଗରରେ ରହୁଥିଲା। ସେହିପରି ଧୋବାର ଘର ପଳାସୁଣୀ ମୁଣ୍ଡାସାହି ବସ୍ତିରେ।
ମଙ୍ଗଳବାର ସନ୍ଧ୍ୟାରେ ଧୋବା ପଳାସୁଣୀ କେନାନାଲ୍ରୋଡ୍ ଅଞ୍ଚଳରେ ଥିବା ଜିତେନ୍ଦ୍ର ସାହୁଙ୍କ ଘରେ ପଶି ମୋବାଇଲ୍ ନେଇ ପଳାଉଥିଲା। ଏହି ସମୟରେ ଜିତେନ୍ଦ୍ରଙ୍କ ପରିବାର ଲୋକ ତାକୁ କାବୁ କରି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧୋବାକୁ ଗିରଫ କରି ଥାନାକୁ ଆଣିଥିଲା। ସେହିପରି ମଙ୍ଗଳବାର ସନ୍ଧ୍ୟା ସାଢ଼େ ୮ଟା ସମୟରେ ଅଶୁଂମାନ ସେନାପତି ନାମକ ଜଣେ ଯୁବକ ଜାଭିୟର ଛକରେ ଯାଉଥିବା ସମୟରେ ସୌମ୍ୟ ତାଙ୍କ ମୋବାଇଲ୍ ଫୋନ୍ ଝାମ୍ପି ନେଇଥିଲା। ଅଂଶୁମାନ ପାଟି କରିବାରୁ ସେଠାରେ ଥିବା ଲୋକମାନେ ସୌମ୍ୟକୁ କାବୁ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/arrested-2-1.jpg)
