ଦୁଇମାସ ଶିଶୁର ଗଳାରେ ଫସି ଯାଇଥିଲା ଚକୋଲେଟ; ଆମ୍ବୁଲାନ୍ସ ନ ଆସିବାରୁ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ନୋଏଡାରେ ଦୁଇମାସର ଶିଶୁର ଗଳାରେ ଚକୋଲେଟ ଅଟକିଯିବାରୁ ମୃତ୍ୟୁ ହେବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚକୋଲେଟ ଗିଳି ଦେବା ପରେ ଶିଶୁକୁ ହସ୍‌ପିଟାଲ ନେବା ପାଇଁ ଆମ୍ବୁଲାନ୍‌ସକୁ ଡାକା ଯାଇଥିଲା। ଅନେକ ଫୋନ୍‌ କରିବା ପରେ ବି ଆମ୍ବୁଲାନ୍ସ ଆସି ନ ଥିଲା। ଶେଷରେ ବାଧ୍ୟ ହୋଇ ଶିଶୁକୁ  ଏକ ଅଟୋରେ ହସ୍‌ପିଟାଲ ନିଆଯାଉଥିବା ବେଳେ ବାଟରେ ତାର ପ୍ରାଣବାୟୁ ଉଡ଼ି ଯାଇଥିଲା।

Is it Foot Eczema or Athlete's Foot? - Yoro Naturals
Yoro Naturals

ସୂଚନାଯୋଗ୍ୟ, ସେକ୍ଟର-୮୧ ବାସିନ୍ଦା ସୁନୀଲ କୁମାର ଏକ ଘରୋଇ କମ୍ପାନିରେ କାମ କରନ୍ତି। ପାଖାପାଖି ଦୁଇମାସର ହେବ ତାଙ୍କ ପତ୍ନୀ ସୁଷମା ପୁଅ ସୌରଭକୁ ଜନ୍ମ ଦେଇଥିଲେ। ସୁଷମା ଘରକାମ କରୁଥିବାବେଳେ ତାଙ୍କ ପୁଅ କାନ୍ଦିବା ଆରମ୍ଭ କରିଥିଲା। ସୌରଭ ପାଖରେ ଥିବା ୩ବର୍ଷର ଭଉଣୀ ତାକୁ ଚୁପ୍‌ କରାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସେ ସୌରଭକୁ ନିଜ ଚକୋଲେଟ ଖୁଆଇ ଦେଇଥିଲା। ସୌରଭ ସଠିକ୍‌ ଭାବେ ଖାଇ ଜାଣି ନଥିବା ବେଳେ ଚକୋଲେଟି ତାର ଗଳାରେ ଯାଇ ଫସି ଯାଇଥିଲା। ପରିବାରଲୋକେ ଶିଶୁକୁ ନିକଟସ୍ଥ ଡାକ୍ତଖାନାକୁ ନେଇଥିଲେ, କିନ୍ତୁ ସେଠାରୁ ଶିଶୁକୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା।

ଜିଲ୍ଲା ଡାକ୍ତରଖାନାକୁ ନେବା ପାଇଁ ୧୦୨ ଆମ୍ବୁଲାନ୍‌ସକୁ ଅନେକ ଥର ଫୋନ କରାଯାଇଥିଲେ ହେଁ କୌଣସି ଉତ୍ତର ଆସି ନ ଥିଲା। ଶିଶୁର ଅବସ୍ଥା ଶୋଚନୀୟ ହୋଇପଡ଼ିବାରୁ ଆଉ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ଏକ ଅଟୋରେ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡାକ୍ତର ସୌରଭକୁ ମୃତ ଘୋଷଣା କରିଥିଲେ।

ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଯଦି ଠିକ୍‌ ସମୟରେ ଆମ୍ବୁଲାନ୍‌ସ ଆସି ଥାଆନ୍ତା ତେବେ ଶିଶୁଟିର ଜୀବନ ବଞ୍ଚି ଯାଇଥାଆନ୍ତା।

ସମ୍ବନ୍ଧିତ ଖବର