ନୂଆଦିଲ୍ଲୀ: ଆମେରିକାରେ ଚଳନ୍ତା ବିମାନର ଦ୍ବାର ଖୋଲି ଦୁଇଜଣ ଯାତ୍ରୀ ହଠାତ ଡେଇଁ ପଡ଼ିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ଏହି ଘଟଣାକୁ ନେଇ ଡେଲଟା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, ଗତ ସୋମବାର ନ୍ୟୁୟର୍କରୁ ଆଟଲାଣ୍ଟା ଅଭିମୁଖେ ଉଡୁଥିବା ଏକ ବିମାନରେ ଏହି ଘଟଣା ଘଟିଛି। ବିମାନ ଉଡାଣ ପାଇଁ ରନୱେ ଆଡକୁ ଯାଉଥିବା ବେଳେ ଜରୁରୀକାଳୀନ ଫାଟକ ଖୋଲି ଦୁଇଜଣ ଯାତ୍ରୀ ସ୍ଲାଇଡରରୁ ବାହାରି ଆସିଥିଲେ। ଏହି ଦୁଇ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ନାମ ଆଣ୍ଟୋନିଓ ମର୍ଡକ ଓ ଅନ୍ୟ ଜଣେ ହେଲେ ବ୍ରିଆନା ଗ୍ରୋସୋ। ଆଣ୍ଟୋନିକ ଓ ବ୍ରିଆନା ବିମାନରୁ ଓହ୍ଲାଇବା ସହିତ ତାଙ୍କ ସାଙ୍ଗରେ ଏକ କୁକୁର ଥିବା ବି ଦେଖିବାକୁ ମିଳିଥିଲା। ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ଉକ୍ତ ଦୁଇଯାତ୍ରୀଙ୍କୁ ଗିରଫ କରି ନେଇଛି।
/sambad/media/post_attachments/69abe05f4aae94c8083219ddfe395a39eeee41d2b53e027204d3d24ec739b522.jpg)
ସୂଚନାଯୋଗ୍ୟ, ଏହି ଦୁଇଯାତ୍ରୀ ଫ୍ଲୋରିଡାର ଏବଂ ଜରୁରୀକାଳୀନ ଫାଟକ ଖୋଲିବା ପୂର୍ବରୁ ବିମାନରେ ଅନେକ ଥର ସିଟ ଅଦଳବଦଳ କରିଥିଲେ। ଏହି ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ଅନ୍ୟ ବିମାନରୁ ପଠାଯାଇଥିଲା। ଜରୁରୀକାଳୀନ ଫାଟକ ଖୋଲି ବିପଦ ସୃଷ୍ଟି କରୁଥିବା ଅପରାଧିକ କାର୍ଯ୍ୟକଳାପ ପାଇଁ ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କୁ କିଛି ଆଘାତ ପହଞ୍ଚି ନାହିଁ।
ତେବେ ବିମାନରେ ଏପରି ଘଟଣା ନୂଆ ନୁହେଁ। ନିକଟରେ ବିମାନ ଉଡ଼ିବାକୁ ଥିବା ପୂର୍ବରୁ ଜଣେ ବ୍ୟକ୍ତି ବିମାନର ଡେଣାରେ ବସି ଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରି ନେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/21ny-runwayescape-superJumbo-v3.jpg)