କୋରାପୁଟରୁ ମଧ୍ୟପ୍ରଦେଶ ବେଆଇନ ଗଂଜେଇ ଚାଲାଣ ବେଳେ ୨ ଗିରଫ

କୋରାପୁଟ: ବେଆଇନ ଗଂଜେଇ ଚେରା ଚାଲାଣ ଅଭିଯୋଗରେ ଜୟପୁର ସଦର ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲା ଉନହିଲ ଥାନା ଅନ୍ତର୍ଗତ ନାଗଝିରି ଗାଁର ରୋଶନ ଶାହଙ୍କ ପୁଅ ମୁକାଦର ଶାହ ଫକୀର (୩୬) ଓ ମାଣ୍ଡିକ ଥାନା ଅନ୍ତର୍ଗତ ନଗଡ଼ା ଗାଁର ବିନୟ ଛରୀଙ୍କ ପୁଅ ପୂଜା ଛରୀ (୩୦)ଙ୍କୁ ଗିରଫ କରିଛି। ପୁଲିସ କହିଛି ଯେ, ଜବତ ଗଂଜେଇ ମଧ୍ୟପ୍ରଦେଶକୁ ଚାଲାଣ ହେଉଥିଲା।

ବିଶ୍ବସ୍ତ ସୂତ୍ରରୁ ଜୟପୁର ସଦର ଥାନା ଓଆଇସି ଏ ମହାକୁର ସୂଚନା ପାଇଥିଲେ ଯେ, ବୈପାରୀଗୁଡ଼ା ଅଂଚଳରୁ ଏକ ‌ବାଇକରେ ଗଂଜେଇ ଚାଲାଣ ହେଉଛି। ଏହା ପରେ ମହାକୁର ନିଜର ଟିମ୍‌ ଏସ୍‌ଆଇ ଏସ୍‌କେ ପଣ୍ଡା ଓ ଟିମ ଟାକୁଆ ନିକଟ ଘଟଣାସ୍ଥଳକୁ ପହଂଚିଥିଲେ। ପୁଲିସ ଟିମ ଅପେକ୍ଷାରେ ଥିବା ବେଳେ ଚାଲାଣକାରୀମାନେ ଏକ ବାଇକରେ ଘଟଣାସ୍ଥଳକୁ ଗଂଜେଇ ନେଇ ପହଂଚିଥିଲେ। ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ୫୦ କିଲୋ ଗଂଜେଇ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର