ଚେନ୍ନାଇ: ଶୀର୍ଷକ ପଢ଼ି ଆପଣ ଭାବୁଥାଇ ପାରନ୍ତି ବୋଧ ହୁଏ ବିରାୟାନି ବ୍ୟବସାୟୀ କୁକୁଡ଼ାକୁ ବାର୍ଡଫ୍ଲୁ ଆକ୍ରାନ୍ତ ହୋଇଥିବା ଭୟରେ କାଉ ମାଂସ ମିଶାଇ ଗ୍ରାହକଙ୍କୁ ଉକ୍ତ ବିରିୟାନି ବିକ୍ରି କରୁଥିଲେ। କିନ୍ତୁ ଘଟଣାଟି ସେଭଳି କିଛି ବି ନୁହେଁ।

Advertisment

Image result for two-persons-arrested-in-rameswaram-selling-crow-meat Suvarna News - Asianet News

ତାମିଲନାଡୁର ରାମେଶ୍ୱରମ୍‌ ରାସ୍ତାପାର୍ଶ୍ୱରେ ଥିବା ଏକ ହୋଟେଲରେ ବିରିୟାନିରେ ଚିକେନ୍‌ ବଦଳରେ କାଉ ମାଂସ ମିଶାଇ ବିକ୍ରି କରାଯାଉଥିବା ନେଇ କେତେକ ଗ୍ରାହକ ଖାଦ୍ୟ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଗ୍ରାହକଙ୍କ ଏଭଳି ଅଭିଯୋଗ ବାରମ୍ବାର ଆସିବା ପରେ ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀ ହଠାତ ଏହି ବିରିୟାନି ଦୋକାନ ଉପରେ ଚଢ଼ାଉ କରିଥିଲେ।

ଚଢ଼ାଉ ପରେ ଅଧିକାରୀମାନେ ବିରିୟାନି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସ୍ପଷ୍ଟ ହୋଇଥିଲା କି ଉକ୍ତ ଦୋକାନର ବ୍ୟବସାୟୀ ଗ୍ରାହକଙ୍କୁ କୁକୁଡ଼ାମାଂସ କହି ଯେଉଁ ବିରିୟାନି ପରଶୁ ଥିଲେ ସେଥିରେ କାଉ ମାଂସ ମିଶ୍ରଣ କରାଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଏଥିରେ ସମ୍ପୃକ୍ତ ଥିବା ଦୁଇଜଣଙ୍କୁ ଗିରଫ କରିଥିଲା ଏବଂ ଘଟଣାସ୍ଥଳରୁ ସେମାନଙ୍କଠାରୁ ୧୫୦ଟି ମୃତ କାଉକୁ ଜବତ କରିଥିଲା।

Image result for two-persons-arrested-in-rameswaram-selling-crow-meat Navbharat Times

ପୁଲିସ ସୂତ୍ରରୁ ପ୍ରକାଶ, କାଉଗୁଡ଼ିକୁ ଚାଉଳରେ ବିଷ ମିଶାଯାଇ ଖାଇବାକୁ ଦିଆଯାଉଥିଲା। ସେମାନେ ତାକୁ ଖାଇବାରୁ ମୃତ୍ୟୁ ଘଟୁଥିଲା। ପରେ ଦୋକାନୀ ଏହି ମୃତ ଖାଉମାନଙ୍କୁ ନେଇ ବିରିୟାନିରେ ମିଶାଇ ଲୋକଙ୍କୁ କୁକୁଡ଼ାମାଂସ ବିରିୟାନି କହି ବିକୁଥିଲେ। କେବଳ ଏତିକି ନୁହେଁ, କାଉମାଂସରେ ଲଲିପପ୍‌ ପ୍ରସ୍ତୁତି କରି ଚିକେନ୍‌ ଲଲିପପ୍‌ କହି ବି ଅନେକ ଗ୍ରାହକଙ୍କୁ ଦୋକାନୀ ଭୁଆଁ ବୁଲାଇଛନ୍ତି। କାରଣ କାଉ ମାଂସରେ ସେମାନଙ୍କୁ ବହୁ ଲାଭ ମିଳିଥାଏ।