ପେଟ୍ରୋଲ ପମ୍ପ୍‌ରୁ ଦୁଇ ଲକ୍ଷ ଟଙ୍କା ଲୁଟ୍‌ର ପର୍ଦାଫାସ୍‌ : ୨ ଗିରଫ, ଲକ୍ଷେ ଟଙ୍କା ଜବତ

ଭୁବନେଶ୍ୱର : ୟୁନିଟ ୩ ଅଞ୍ଚଳରେ ଥିବା କାଲସି ପେଟ୍ରୋଲ ପମ୍ପ୍‌ରୁ ହୋଇଥିବା ଦୁଇ ଲକ୍ଷ ଟଙ୍କାର ଲୁଟ୍‌ ଘଟଣାର ଆଜି ପର୍ଦାଫାସ କରିଛି କମିସନରେଟ୍‌ ପୁଲିସ। ଗତକାଲି ଏହି ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଜଣ ଲୁଟେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନାନୁଯାୟୀ ଗତ ୫ ତାରିଖ ଦିନ ରାତି ପ୍ରାୟ ୧୧ଟା ବେଳେ ସେହି ପେଟ୍ରୋଲ ପମ୍ପ୍‌ରେ କାମ କରୁଥିବା କାଳନ୍ଦୀ ସାହୁ ନାମକ ଜଣେ ଯୁବକ ତାଙ୍କର ଜଣେ ସହଯୋଗୀ ଅଜୟ ବେହେରା ସହ ମିଶି ଏହି ଲୁଟ୍‌ କରିଥିଲେ। କାଳନ୍ଦୀ ଦୀର୍ଘ ଦିନ ହେଲା ସେହି ପେଟ୍ରୋଲ ପମ୍ପ୍‌ରେ କାମ କରୁଥିଲେ। ଯେଉଁଥିପାଇଁ ସେ ସେଠିକାର ସବୁ ସ୍ଥାନକୁ ସୁବିଧାରେ ଯିବା ଆସିବା କରିପାରୁଥିଲେ। ଯୋଜନା ମୁତାବକ ଗତ ୫ ତାରିଖ ରାତିରେ କାଳନ୍ଦୀ କିଛି କାମର ଆଳ ଦେଖାଇ ଶ୍ରୀଘ କାମରୁ ଚାଲି ଯାଇଥିଲେ। ତେବେ ଯୋଜନା ମୁତାବକ ପରେ ସେ ତାଙ୍କର ସହଯୋଗୀଙ୍କୁ ଧରି ପେଟ୍ରୋଲ ପମ୍ପ ପାଖକୁ ଆସିଥିଲେ। ସେହି ସମୟରେ ସମସ୍ତ କର୍ମଚାରୀ ଖାଇବାକୁ ଯାଇଥିବାରୁ ସେ ସୁବିଧାରେ ଟଙ୍କା ରଖା ଯାଇଥିବା ଘରକୁ ଯାଇଥିଲେ। ସେହି ଘରେ ସିସିଓିଭି କ୍ୟାମେରା ଲାଗି ଥିବାରୁ କାଳନ୍ଦୀ ତାଙ୍କ ମୁହଁରେ ହେଲମେଟ ପିନ୍ଧିି ରୁମରେ ପ୍ରବେଶ କରିଥିେଲେ। ରୁମକୁ ପଶିବା ପୂର୍ବରୁ କାଳନ୍ଦୀଙ୍କ ସହଯୋଗୀ ଅଜୟ ରୁମ୍‌କୁ ଯାଇ ସିସିଟଭି କ୍ୟାମେରାକୁ ବୁଲାଇ ଦେଇଥିଲେ। ଯାହା ଫଳରେ ଲୁଟ୍‌ର ଦୃଶ୍ୟ ଠିକ୍‌ଭାବେ କ୍ୟାମେରାରେ କଏଦ ହୋଇପାରିନଥିଲା।

ଘଟଣା ସଂମ୍ପର୍କରେ ଜାଣିବା ପରେ ପେଟ୍ରୋଲ ପମ୍ପର ମାଲିକ ସୁବାଷ କୁମାର ପାଇଟାଲ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଜୟକୁ ସେହି ସ୍ଥାନରେ କେହି ଚିହ୍ନି ନଥିବାରୁ ପୁଲିସ ଅଡ଼ୁଆରେ ପଡ଼ିଥିଲା। କୌଣସି ଏକ ବିଶେଷ ସୁତ୍ରର ଖବର ପାଇ ପୁଲିସ କାଳନ୍ଦୀକୁ ଥାନାକୁ ଆଣି ପଚରା ଉଚରା କରିବାରୁ ସେ ପୁଲିସ ଆଗରେ ସବୁ ସତ କଥା ମାନିଯାଇଥିଲା ଏବଂ ତାଠାରୁ ନଗଦ ୮୨ ହଜାର ଟଙ୍କା ଜବତ ହୋଇଥିଲା। ଏହାପରେ ପୁଲିସ କାଳନ୍ଦୀଠାରୁ ତାର ସହଯୋଗୀର ସୂଚନା ପାଇ ସେ ଲୁଚିଥିବା ସ୍ଥାନରେ ଚଢ଼ାଉ କରି ନଗଦ ଏକ ଲକ୍ଷ ଆଠ ହଜାର ଟଙ୍କା ସହ ଏକ ବାଇକ ଜବତ କରିଥିଲା। ଯେଉଁଥିରେ ଲୁଟର ଟଙ୍କା ନେଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର