ଛତିଶଗଡ଼ରେ ୨ ସାଧ୍ୱୀଙ୍କୁ ଗଣଦୁଷ୍କର୍ମ, ୪ ଜଣ କରିଥିଲେ ଏପରି ବର୍ବର କାଣ୍ଡ

ବିଳାସପୁର: ଛତିଶଗଡ଼ର ବିଲାସପୁର ଜିଲ୍ଲାରେ ଦୁଇ ଜଣ ସାଧ୍ୱୀଙ୍କୁ ୪ ଜଣ ଲୋକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ଏହି ଘଟଣାଟି ଚଳିତବର୍ଷ ମାର୍ଚ ୨ରୁ ଘଟି ସାରିଥିଲେ ବି ନିକଟରେ ମାମଲା ରୁଜୁ ହୋଇଛି।

ବିଳାସପୁରର ଏସ୍‌ପି ଅରିଫ୍‌ ସୈଖ୍‌ଙ୍କ କହିବା ଅନୁସାରେ ଏହି ଦୁଇ ସାଧ୍ୱୀ ପେନ୍ଦ୍ର ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ। ସେମାନେ ଅଭିଯୁକ୍ତ ଦୀଲିପଚାନ୍ଦ ପଟେଲ୍‌, କଳ୍ପନାଥ ଚୌଧୁରୀ, ଗିରିଜା ଶଙ୍କର ଚୌଧୁରୀ ଏବଂ ଶ୍ୟାମଚାନ୍ଦ ଚୌଧୁରୀଙ୍କ ନାମରେ ଅଭିଯୋଗ ଆଣିଛନ୍ତି।

ସାଧ୍ୱୀ ଆଣିଥିବା ଅଭିଯୋଗ ଅନୁସାରେ, ଗତ ମାର୍ଚ ୨ ତାରିଖରେ ଦୁଇ ଜଣ ସାଧ୍ୱୀ ସାଉଥ୍‌ ବିହାର ଏକ୍ସପ୍ରେସ୍‌ରୁ ଚମ୍ପା ରେଳବାଇ ଷ୍ଟେସନ୍‌ରେ ଓହ୍ଲାଇଲେ। ସେଠାରେ ଅଭିଯୁକ୍ତ ଦୀଲିପଚାନ୍ଦ ପଟେଲ୍‌ ସେମାାନଙ୍କୁ ଗାଡ଼ିରେ ନେଇ ଚମ୍ପା ଜିଲ୍ଲାର ଅମୋଡା ସୌଦ ଗ୍ରାମରେ ଥିବା ଆଶ୍ରମରେ ଛାଡ଼ିଦେବେ ବୋଲି କହିଲେ।

ସେମାନେ ଗାଡ଼ିରେ ବସିବା ପରେ ଦୀଲିପଚାନ୍ଦ ଗାଡ଼ିକୁ କୋର୍‌ବା ଜିଲ୍ଲା ଆଡ଼େ ନେଇ ଯାଇଥିଲେ। ଦୁଇ ପୀଡ଼ିତା ତାଙ୍କୁ କୁଆଡ଼େ ନେଉଛନ୍ତି ବୋଲି ପଚାରିବାରୁ ସେ ଏକ ଜନ୍ମଦିନ ଉତ୍ସବରେ ଯୋଗ ଦେବା ପରେ ତାଙ୍କୁ ନେଇ ଛାଡ଼ି ଦେବ ବୋଲି କହିଥିଲା। ବରପାଲିଠାରେ ଆହୁରି ୩ ଜଣ ଲୋକ ଗାଡ଼ିରେ ଚଢ଼ିଲେ। ଦୀଲିପଚାନ୍ଦ ବନ୍ଧୁକ ଦେଖାଇ ୨ ସାଧ୍ୱୀଙ୍କୁ ଚୁପ୍‌ ହୋଇ ବସିବାକୁ କହିଲେ। ଅଭିଯୁକ୍ତମାେନେ ସେମାନଙ୍କୁ ଏହ ନିଛାଟିଆ ସ୍ଥାନକୁ ନେଇ ସାଧ୍ୱୀ ଦ୍ୱୟଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର