ମହିଳା କଣ୍ଠସ୍ୱରରେ କଥା ହୋଇ ୧୦ବର୍ଷର ନାବାଳିକାକୁ ଫସାଇଲେ; ମାଦ୍ରାସାରେ ବନ୍ଧକ ରଖି କଲେ ଗଣଦୁଷ୍କର୍ମ

ଗାଜିଆବାଦ୍‌ : ଗାଜିଆବାଦ୍‌ର ଏକ ମାଦ୍ରାସାରେ ଜନୈକା ୧୦ ବର୍ଷର ନାବାଳିକା ସହ ଦୁଷ୍କର୍ମ ମାମଲାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପୁଲିସ ପକ୍ଷରୁ ଯାଞ୍ଚ ବେଳେ ଜଣାଯାଇଛି ମାଦ୍ରାସାର ଦୁଇ ଜଣ ବଦମାସ ତା’ ସହିତ ଦୁଷ୍କର୍ମ କରିଥିଲେ । ପ୍ରଥମେ ଦୁଇ ଜଣ ଅସାମାଜିକ ଯୁବକ ଉକ୍ତ ନାବାଳିକାକୁ ନିଶା ପାଣି ପିଆଇ ବେହୋସ କରିଥିଲେ । ତା’ ପରେ ଦୁଇ ଜଣ ତା’ ସହିତ ଦୁଷ୍କର୍ମ କରିଥିଲେ । ପୁଲିସ ଏହି ମାମଲାରେ ୧୨ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଛି । ସେଥିରେ ଥିବା ସୂଚନା ଅନୁଯାୟୀ, କଲ୍‌ ଡ଼ିଟେଲ ରେକର୍ଡ଼ରୁ ଜଣା ଯାଇଛି ଯେ ପୀଡ଼ିତା ଓ ଅଭିଯୁକ୍ତ ଗତ ମାର୍ଚ୍ଚ ୩୧ତାରିଖରୁ ଅପ୍ରେଲ ୨୧ତାରିଖ ମଧ୍ୟରେ ଫୋନରେ କଥା ହେଉଥିଲେ ।

Hindustan Times

ଅଭିଯୁକ୍ତମାନେ ପୀଡ଼ିତା ନାବାଳିକାକୁ ୪୦ଦିନ ଭିତରେ ମୋଟ୍‌ ୩୩୩ଥର କଲ୍‌ କରିଛନ୍ତି । ଅଭିଯୁକ୍ତ ମହିଳା କଣ୍ଠସ୍ୱରରେ ପୀଡ଼ିତା ସହିତ ଫୋନରେ କଥା ହେଉଥିଲେ । ଜଣେ ଅଭିଯୁକ୍ତ ତାକୁ କହିଥିଲେ ଯେ ଅପହୃତ ନାବଳିକା ତାକୁ ଦେଖା କରିବାକୁ ଚାହୁଁଛି । ସେ ତା’ର ସାନ ଭଉଣୀ । ଏହା ପରେ ନାବାଳିକା ପୀଡ଼ିତାଙ୍କୁ ଅଭିଯୁକ୍ତ ଏକ ଆଇସ୍କ୍ରିମ୍‌ ପାର୍ଲର ପାଖକୁ ଡ଼ାକିଥିଲେ । ତା’ପରେ ସେମାନେ ପୀଡ଼ିତାଙ୍କୁ ଅପହରଣ କରି ମାଦ୍ରାସାକୁ ନେବା ସହ ସେଠାରେ ବନ୍ଧକ ରଖି ଦୁଷ୍କର୍ମ କରିଥିଲେ । ପୁଲିସର ସୂଚନା ଅନୁଯାୟୀ,ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନ୍ୟ ଜଣଙ୍କ ଏବେ ଫେରାର ଅଛି । ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୯୩(ଅପହରଣ),୩୭୯,୨୦୧ ଏବଂ ପୋସ୍କୋ ଆଇନ ଧାରା ୪୧୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର