ହାଇଦ୍ରାବାଦ : ୮ ମହଲାରୁ ଡ଼େଇଁ ଦୁଇ ନାବାଳିକାଙ୍କର ଆତ୍ମହତ୍ୟା, ପରୀକ୍ଷା ଚାପ ସନ୍ଦେହ

ହାଇଦ୍ରାବାଦ : ଗୁରୁବାର ରାତିରେ ହାଇଦ୍ରାବାଦର ସରୁରନଗରରେ ଥିବା ଏକ ଆପାର୍ଟମେଣ୍ଟର ୮ମ ମହଲାରୁ ଡ଼େଇଁ ଦୁଇ ନାବାଳିକା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ନାମ ଶ୍ରାବଣୀ କାଲେ ଏବଂ ଭାର୍ଗଭୀ ପଟେଲ। ସେ ଦୁହେଁ ଅକ୍ଷରା ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରୀ । ୧୫ ବର୍ଷର ଦୁଇ ଛାତ୍ରୀ ବର୍ତ୍ତମାନ ୧୦ ସିବିଏସଇ ପରୀକ୍ଷା ଦେଉଥିଲେ । ଆତ୍ମହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ ନ ଥିବା ବେଳେ ପରୀକ୍ଷାରେ ଭଲ କରିବା ଚାପରେ ଦୁହେଁ ବୋଧହୁଏ ଏପରି ନିର୍ଣ୍ଣୟ ନେଇଥିବା ସନ୍ଦେହ କରୁଛି ପୁଲିସ ।

ଆରସିଆଇ ବୈଜ୍ଞାନିକ ଥିବା ନାଗେନ୍ଦ୍ର କାଲେଙ୍କ ଝିଅ ଶ୍ରାବଣୀ ହୋଇଥିବା ବେଳେ କନଷ୍ଟ୍ରକସନ ବ୍ୟବସାୟୀ ଶନ୍ତି କୁମାର ପଟେଲଙ୍କ ଝିଅ ଭାର୍ଗବୀ । ଦୁଇ ଜଣ ପରୀକ୍ଷା ପାଇଁ ସନ୍ଧ୍ୟା ସମୟରେ ମିଶି ସେହି ଆପାର୍ଟମେଣ୍ଟରେ ପାଠ ପଢ଼ୁଥିଲେ ।

hindustantimes.com

“ପ୍ରକୃତ ଘଟଣାଟି କ’ଣ କିଛି ଜଣାପଡ଼ିନାହିଁ । କାରଣ ସେ ଦୁହେଁ ପାଠ ପଢ଼ିବା ସମୟରେ ଘରେ କେହି ମଧ୍ୟ ଉପସ୍ଥିତ ନ ଥିଲେ । ପ୍ରାୟ ସଂଧ୍ୟା ୬.୩୦ ସମୟରେ ଦୁଇ ନାବାଳିକା ଘରର ବାଲକୋନିରୁ ଡ଼େଇଁ ପଡ଼ିଥିଲେ, ଯାହା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ଘଟିଥିଲା । ଆପାର୍ଟମେଣ୍ଟର ଏକ କୋଠରୀର ଡ଼ଷ୍ଟବିନରୁ ଶ୍ରାବଣୀଙ୍କ ଲେଖା ଚିଠି ମିଳିଥିଲା ଯେଉଁଥିରେ ସେ ମା’ବାପାଙ୍କୁ ଭୁଲ ମାଗିବା ସହ ତାଙ୍କ ବଡ଼ଭାଇ ତେଜାଙ୍କୁ ମନେ ପକାଇବେ ବୋଲି ଲେଖିଛନ୍ତି । ସେହିଭଳି ଭାର୍ଗବୀଙ୍କ ଦ୍ୱାରା ଲେଖାଯାଇଥିବା କିଛି ଚିଠି ଘଟଣାସ୍ଥଳରୁ ମିଳିନାହିଁ ବୋଲି କହିଛନ୍ତି ଏଲ୍‌ବି ନଗରର ସବ-ଇନ୍ସସ୍ପେକ୍ଟର ଭେମୁଲାକୁଣ୍ଡା ମଧୁ ।

ପ୍ରଥମ ପର୍ଯ୍ୟୟର ତଦନ୍ତରୁ ଜଣାପଡ଼ିଛି, ଦୁଇ ନାବାଳଳିକା ବହୁତ ବୁଦ୍ଧିମାନ ଥିଲେ । ଏଣୁ ବୋଧହୁଏ ପରୀକ୍ଷାରେ ଭଲ କରିବା ଚାପରେ ଦୁହେଁ ଆତ୍ମହତ୍ୟା କରିବାର ନିର୍ଣ୍ଣୟ ନେଇଥିବେ ବୋଲି ପୁଲିସ ସନ୍ଦେହ କରୁଛି । ଦୁହିଁଙ୍କର ମରଶରୀରକୁ ପୋଷ୍ଟମର୍ଟମ ପାଇଁ ଓସମାନିଆ ଜେନେରାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସମ୍ବନ୍ଧିତ ଖବର