ନୂଆଦିଲ୍ଲୀ: ରାଜଧାନୀ ଭୋପାଳ ରାସ୍ତାରେ ପଡ଼ିଥିବା ନବଜାତ ଶିଶୁର ମୃତ୍ୟୁ ପରେ ଜଣେ ନକଲି ଡାକ୍ତର ଓ ପ୍ରଶିକ୍ଷଣ ନେଇ ନଥିବା ଜଣେ ନର୍ସଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ବୃଦ୍ଧ ମା’ ଜଣକ ତାଙ୍କର ନାବାଳିକା ନାତୁଣୀଙ୍କ ଜୋରଜବରଦସ୍ତ ପ୍ରସବ କରାଇବା ପାଇଁ ଜଣେ ନକଲି ଡାକ୍ତର ଓ ପ୍ରଶିକ୍ଷଣ ନେଇ ନଥିବା ନର୍ସଙ୍କ ସାହାଯ୍ୟ ନେଇଥିଲେ। ପ୍ରସବ ସମୟରେ ଶିଶୁର ମୃତ୍ୟୁ ହୋଇଯିବା ଦେଖି ନାବାଳିକା ନାତୁଣୀଙ୍କ ଜେଜେମା’ ନବଜାତକୁ ଏକ ବ୍ୟାଗରେ ଭରି ରାସ୍ତାରେ ଫିଙ୍ଗି ଦେଇ ଆସିଥିଲେ ।
ପୁଲିସ ଅଧିକାରୀ ସୁନୀଲ ଶ୍ରୀବାସ୍ତବ କହିଛନ୍ତି, ‘ଗତ ବୁଧବାର ସନ୍ଧ୍ୟାରେ ରାସ୍ତରେ ପଡ଼ିଥିବା ଏକ ବ୍ୟାଗ ଭିତରୁ ନବଜାତକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଦୁଃଖର ବିଷୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହାପରେ ନବଜାତର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ଏଥିରେ ନାବାଳିକାଙ୍କ ଜେଜେମା’ଙ୍କ କାରନାମା ସାମ୍ନାକୁ ଆସିଥିଲା। ଯାହାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାରେ ସମ୍ପୃକ୍ତ ଥିବା ନକଲି ଡାକ୍ତର ସୁରେନ୍ଦ୍ର ନାହର(୪୫), ପ୍ରଶିକ୍ଷଣ ନେଇ ନଥିବା ନର୍ସ ଫିରଦୌସ (୪୦)ଙ୍କ ସମେତ ଶିଶୁକୁ ଜନ୍ମ ଦେଇଥିବା ନାବାଳିକାଙ୍କ ଜେଜେମା’ଙ୍କୁ ଗିରଫ କରାଯାଇଛି।